ଅଗ୍ନିଶମ କନଷ୍ଟେବଳଙ୍କ ଉପରକୁ ଗରମ ପାଣି ଫିଙ୍ଗିଲେ ହାବିଲଦାର

ଛୋଟପିଲା ମାରପିଟ୍‌ ହେଉଥିବା ଆପଣ ଦେଖିଥିବେ। ମାତ୍ର ଉଚ୍ଚପଦସ୍ଥ କର୍ମଚାରୀଙ୍କ ଏଭଳି ଆଚରଣ ଆପଣ କେବେ ଶୁଣି ନ ଥିବେ କି ଦେଖି ନଥିବେ । ମାରପିଟ ତ ଛାଡ଼ ସିଧା ଗରମ ପାଣି ଉପରେ କଥା। ଅଗ୍ନିଶମ କନଷ୍ଟେବଳଙ୍କ ଉପରେ ଗରମ ପାଣି ଫିଙ୍ଗଛନ୍ତି ହାବିଲଦାର।

baripada

ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ। ବିଳମ୍ବରେ କାର୍ଯ୍ୟାଳୟରେ ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ହାବିଲଦାର ଜଣଙ୍କ କନଷ୍ଟେବ ଦୁଷ୍ମନ୍ତ କୁନାର ଦେହୁରୀଳଙ୍କ ଉପରକୁ ଗରମ ପାଣି ପକାଇଥିଲେ।

ସୂଚନାଯୋଗ୍ୟ, ବାଙ୍ଗିରିପୋଷି ଅଗ୍ନିଶମ କାର୍ଯ୍ୟାଳୟରେ କାର୍ଯ୍ୟାରତ ଆଗ୍ନିକ କର୍ମଚାରୀ ଦୁଷ୍ମନ୍ତ କୁମାର ଦେହୁରୀ ଗତ ରବିବାର ବିଳମ୍ବିତ ସମୟରେ କାର୍ଯଳୟ ପରିସରରେ ପହଞ୍ଚିଥିଲେ । ଏଥିନେଇ ସେଠାରେ କାର୍ଯରତ ହାବିଲଦାର ନୂତନ ମଲ୍ଲିକ ତାଙ୍କୁ ଗାଳିଗୁଲଜ କରିଥିଲେ । ତେବେ ଏଥିରେ ତାଙ୍କ ରାଗ ଶାନ୍ତ ନହେବାରୁ ଫୁଟିଥିବା ଥ‌ିବା ଗରମ ପାଣି ଆଣି ସେ ଦୁଷ୍ମନ୍ତ ଉପରକୁ ଛାଟି ଦେଇଥିଲେ ।

ଫଳରେ ତାଙ୍କର ଦୁଇ ଜଂଘ ଏବଂ ଗୋଡରେ ଗରମ ପାଣି ପଡିବାରୁ ସେ ଗୁରୁତର ଆହାତ ହୋଇଥିଲେ । ରାତିରେ ଘଟଣା ଘଟିଥିଲେ ମଧ୍ୟ ତାଙ୍କୁ ସକାଳୁ ସାଥି‌ କର୍ମଚାରୀ ମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ପଠାଇ ଦିଆ ଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+