ପୁରୀରେ ମହିଳା ଭକ୍ତଙ୍କୁ ମାଡ଼ ମାରିଥିବା ହାବିଲଦାର ନିଲମ୍ବିତ

ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ମହିଳା ଭକ୍ତଙ୍କୁ ବାଡ଼ିରେ ମାରିଥିବା ଅଭିଯୋଗ ହୋଇଛି । ଘଟଣାରେ ସମ୍ପୃକ୍ତ ହାବିଲଦାର ନିଲମ୍ବିତ ହୋଇଛନ୍ତି ।

ପୁରୀ: ଶ୍ରୀମନ୍ଦିର ପରିସରରେ ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ମହିଳା ଭକ୍ତଙ୍କୁ ବାଡ଼ିରେ ମାରିଥିବା ଅଭିଯୋଗ ହୋଇଛି । ଘଟଣାରେ ସମ୍ପୃକ୍ତ ହାବିଲଦାର ନିଲମ୍ବିତ ହୋଇଛନ୍ତି । ମହିଳାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ମହିଳାଙ୍କ ନାଁ ମାଧୁରୀ ଦାଶ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି ।

 Puri News

ସୂଚନା ଅନୁସାରେ, କାର୍ତ୍ତିକ ବ୍ରତ ପାଳନ ଲାଗି ମାଧୁରୀ ପୁରୀ ଆସି ବାସେଳିସାହିରେ ରହୁଥିଲେ। ଆଜି ପଞ୍ଚୁକର ଚତୁର୍ଥ ଦିନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯାଇଥିଲେ। ଜଗମୋହନ ନିକଟରେ ମୁତୟନ ଥିବା ହାବିଲଦାର ଓ ମହିଳାଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା । ହାବିଲଦାର ଜଣଙ୍କ ମହିଳା ଭକ୍ତଙ୍କୁ ବାଡ଼ିରେ ମାରିଥିବା ଅଭିଯୋଗ ହୋଇଥିଲା ।

ସୂଚନାଥାଉ କି, କିଛିଦିନ ପୂର୍ବେ ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ବ୍ରହ୍ମଗିରି ଅଞ୍ଚଳର କୁମାରୀ ନାୟକ ଏହି ଅଭିଯୋଗ ଆଣିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଜଣେ ମାଗଣା ଖାଇବାକୁ ଆସିଛ ବୋଲି କହି ତାଙ୍କ ଗାଲକୁ ଚାପୁଡ଼ା ମାରିବା ସହ ଧକ୍କା ମାରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+