ଟ୍ୱିଟରରେ ଟ୍ରେଣ୍ଡିଂ କରୁଛି '#DakotaComesHome'
ଟ୍ୱିଟରରେ ଟ୍ରେଣ୍ଡିଂ କରୁଛି ' #DakotaComesHome ' । ଅର୍ଥାତ ଘରକୁ ଫେରିଛି ଡାକୋଟା । କହିରଖୁ କି, ଏହି ଐତିହାସିକ ଡାକୋଟା ବିମାନରେ ରହିଛି ବିଜୁ ବାବୁଙ୍କର, ଜଣେ ଅଦମ୍ୟ ସାହସୀ ଓଡ଼ିଆ ଯୁବକଙ୍କର ବିରତ୍ଵ ଓ ପରାକାଷ୍ଠା ର କାହାଣୀ ।

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନର ନୂଆ ରୂପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ବିମାନକୁ ଆଜି ସର୍ବସାଧାରଣଙ୍କ ପାଇଁ, ଓଡ଼ିଆ ମାନଙ୍କ ପାଇଁ ଓ ସାରା ଦେଶ ବାସୀଙ୍କ ପାଇଁ ସମର୍ପିତ କରିଛନ୍ତି । ତେବେ ଓଡିଶା ପାଇଁ ଏହି ଐତିହାସିକ ମୁହୁର୍ତ୍ତ ଏବେ ଟ୍ୱିଟରରେ ଟ୍ରେଣ୍ଡିଂ କରୁଛି ।
ଟ୍ୱିଟରରେ ଟ୍ରେଣ୍ଡିଂ କରୁଛି ' #DakotaComesHome ' । ଅର୍ଥାତ ଘରକୁ ଫେରିଛି ଡାକୋଟା । କହିରଖୁ କି, ଏହି ଐତିହାସିକ ଡାକୋଟା ବିମାନରେ ରହିଛି ବିଜୁ ବାବୁଙ୍କର, ଜଣେ ଅଦମ୍ୟ ସାହସୀ ଓଡ଼ିଆ ଯୁବକଙ୍କର ବିରତ୍ଵ ଓ ପରାକାଷ୍ଠା ର କାହାଣୀ । ଏହି ବିମାନରେ ବିଜୁ ବାବୁ, ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସହିତ Indonesia ଯାଇ ସେଠାକାର ସ୍ଵାଧନତା ସଂଗ୍ରାମୀ ମାନଙ୍କୁ ଡଚ୍ ମାନଙ୍କ କବଳରୁ ମୁକ୍ତ କରି ଭାରତ ଆଣିଥିଲେ। ସେ କାହାଣୀ ଆଜି ସମସ୍ତେ ଜାଣନ୍ତି । କିନ୍ତୁ ଆଜିଠାରୁ ସେହି ଐତିହାସିକ ଘଟଣାର ଜୀବନ୍ତ ସାକ୍ଷୀକୁ ଦେଖିବାର ସୁଯୋଗ ପାଇବେ ଓଡ଼ିଶା ବାସୀ, ଦେଶ ବାସୀ ।












Click it and Unblock the Notifications