କାହିଁକି ଭଗବାନ ବିଷ୍ଣୁ ଚତୁର୍ମାସ ଯୋଗ ନିଦ୍ରାରେ ଶୟନ କରନ୍ତି ?
କ'ଣ ସତରେ ଶୋଇଥାନ୍ତି ହରି ? ହରି ଶୟନ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପର୍ଯ୍ୟନ୍ତ ୪ ମାସ ସମୟ ଭଗବାନ୍ ବିଷ୍ଣୁ ପତାଳପୁରୀରେ କାହିଁକି ଯାଇ ନିଦ୍ରାରେ ରୁହନ୍ତି ? ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ। ଏହାକୁ ହରିଶୟନ ଏକାଦଶୀ ବା ଦେବଶୟନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ଶୟନ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପର୍ଯ୍ୟନ୍ତ ୪ ମାସ ସମୟ ଭଗବାନ ବିଷ୍ଣୁ ପତାଳପୁରୀ ଯାଇ ନିଦ୍ରାରେ ରୁହନ୍ତି। ଏହି ୪ ମାସକୁ ଚତୁର୍ମାସ କୁହାଯାଏ। ଏହି ସମୟରେ ବିବାହ, ବ୍ରତ ଆଦି କୌଣସି ବି ମାଙ୍ଗଳିକ କାର୍ଯ୍ୟ ହୁଏ ନାହିଁ। 'ହରିଶୟନ ଏକାଦଶୀ' ଦିନ ଭଗବାନଙ୍କ ଗୋଟିଏ ସ୍ୱରୂପ ରାଜା ବଳିଙ୍କ ପାଖରେ ରହେ ଓ ଅନ୍ୟଟି କ୍ଷୀର ସାଗରରେ ଶେଷନାଗ ଶଯ୍ୟାରେ ଆଗାମୀ କାର୍ତ୍ତିକ ଏକାଦଶୀ ଆସିବା ପର୍ଯ୍ୟନ୍ତ ଶୟନ କରେ ।
ଏକାଦଶୀ ରାତିରେ ଜାଗରଣ କରି ଶଙ୍ଖ, ଚକ୍ର ଓ ଗଦାଧାରୀ ଭଗବାନ ବିଷ୍ଣୁଙ୍କ ଭକ୍ତିପୂର୍ବକ ପୂଜା କରିବା ଉଚିତ । ଯେଉଁ ମନୁଷ୍ୟ ଦୀପଦାନ, ପଳାଶ ପତ୍ରରେ ଭୋଜନ ଏବଂ ବ୍ରତ କରି ଚତୁର୍ମାସ ଅତିବାହିତ କରେ ସେ ମଧ୍ୟ ବିଷ୍ଣୁଙ୍କର ଅତି ପ୍ରିୟ । ଚତୁର୍ମାସରେ ଭଗବାନ ବିଷ୍ଣୁ ଶୋଇ ରହନ୍ତି, ଏଥିପାଇଁ ମନୁଷ୍ୟ ଭୂମିରେ ଶୟନ କରିବା ଉଚିତ ।

ଯିଏ ଚତୁର୍ମାସରେ ବ୍ରହ୍ମଚର୍ଯ୍ୟ ପାଳନ କରେ, ସେ ପରମଗତି ପ୍ରାପ୍ତ ହୁଏ । ଏକାଦଶୀ ବ୍ରତଦ୍ୱାରା ହିଁ ମନୁଷ୍ୟ ସବୁ ପାପରୁ ମୁକ୍ତ ହୋଇଯାଏ । ଏଣୁ ସର୍ବଦା ଏହି ବ୍ରତ କରିବା ଉଚିତ । ଏହା କଦାପି ଭୁଲିବା ଉଚିତ୍ ନୁହେଁ । 'ଶୟନୀ' ଓ 'ବୋଧିନୀ' ଏକାଦଶୀ ମଧ୍ୟରେ ଯେଉଁ କୃଷ୍ଣପକ୍ଷୀୟ ଏକାଦଶୀମାନ ପଡ଼େ, ଗୃହସ୍ଥ ପାଇଁ କେବଳ ତାହା ହିଁ ବ୍ରତ ରଖିବା ଯୋଗ୍ୟ । ଅନ୍ୟ ମାସର କୃଷ୍ଣପକ୍ଷୀୟ ଏକାଦଶୀ ଗୃହସ୍ଥ ପାଇଁ ବ୍ରତ ରଖିବା ଯୋଗ୍ୟ ନୁହେଁ । ଶୁକ୍ଳପକ୍ଷର ସମସ୍ତ ଏକାଦଶୀ କରିବା ଉଚିତ୍ ।
ପୁରାଣ ଅନୁସାରେ, ରାଜା ବଳିଙ୍କ ଆଧିପତ୍ୟରେ ଇନ୍ଦ୍ରଙ୍କ ଆସନ ଟଳମଳ ହେଲା। ବଳିଙ୍କ ପ୍ରଭାବ ବିସ୍ତାର ଦେଖି ଇନ୍ଦ୍ର ସାହାଯ୍ୟ ପାଇଁ ଭଗବାନ୍ ବିଷ୍ଣୁଙ୍କ ନିକଟରେ ପହଞ୍ଚିଥିଲେ। ଭଗବାନ୍ ବିଷ୍ଣୁ ବାମନ ଅବତାର ଧାରଣ କରି ଭିକ୍ଷା ମାଗିବା ପାଇଁ ରାଜା ବଳିଙ୍କ ନିକଟରେ ପହଞ୍ଚିଥିଲେ। ଭଗବାନ୍ ବିଷ୍ଣୁ ରାଜା ବଳିଙ୍କୁ ତିନି ପାଦ ଭୂମି ମାଗିଥିଲେ। ରାଜା ବଳି ତିନି ପାଦ ଭୂମି ଦାନ ପାଇଁ ସତ୍ୟ କରିଥିଲେ। ହେଲେ ଭଗବାନ ବାମନ ନିଜ ବିରାଟ ସ୍ୱରୂପରେ ସମଗ୍ର ସଂସାରକୁ ଦୁଇ ପାଦରେ ମାପି ନେଇଥିଲେ। ତାଙ୍କର ପ୍ରଥମ ପାଦ ଧରିତ୍ରୀ ଓ ଦ୍ବିତୀୟ ପାଦ ଆକାଶ ଉପରେ ରହିଥିଲା। ତୃତୀୟ ପାଦ ରଖିବାକୁ ସ୍ଥାନ ନଥିବାରୁ, ବଳି ନିଜ ମଥା ଉପରେ ପାଦ ରଖିବାକୁ କହିଥିଲେ। ବଳିଙ୍କ ଗର୍ବ ଚୂର୍ଣ୍ଣ ହେବା ପରେ, ତାଙ୍କୁ ପାତାଳକୁ ନିକ୍ଷେପ କରିଥିଲେ ଭଗବାନ୍।
ହେଲେ, ରାଜା ବଳିଙ୍କ ଦାନ ପଣିଆରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଥିଲେ। ବଳି ଅତି ଚତୁରତାର ସହ ତାଙ୍କ ସହ ଭଗବାନ ପାତାଳରେ ବାସ କରନ୍ତୁ ବୋଲି ବର ମାଗି ନେଇଥିଲେ। ବାମନ ରୂପୀ ଭଗବାନ ବିଷ୍ଣୁ ସତ୍ୟ ରକ୍ଷା କରି ପାତାଳରେ ରହିବାକୁ ଲାଗିଲେ। ଏହା ଦେଖି ସମସ୍ତ ଦେବତା ଏବଂ ଦେବୀ ଲକ୍ଷ୍ମୀ ବିଚଳିତ ହୋଇପଡ଼ିଲେ। ଶେଷରେ ଜଣେ ବ୍ରାହ୍ମଣୀର ରୂପ ଧାରଣ କରି ଲକ୍ଷ୍ମୀ ପାତାଳକୁ ପ୍ରବେଶ କଲେ। ବୃଦ୍ଧ ବ୍ରାହ୍ମଣୀ ରୂପ ଧାରଣ କରିଥିବା ଲକ୍ଷ୍ମୀ , ରାଜା ବଳିଙ୍କ ହାତରେ ଏକ ରକ୍ଷା ସୂତ୍ର ବାନ୍ଧି ତାଙ୍କୁ ଭ୍ରାତା ବୋଲି ସମ୍ୱୋଧନ କରିଥିଲେ। ରାଜା ବଳି ତାଙ୍କ ଅବସ୍ଥା ଦେଖି ତାଙ୍କୁ କିଛି ମାଗିବାକୁ କହିଲେ। ନିଜ ପତିଙ୍କୁ ନିଜ ସହ ନେଇଯିବା ଲାଗି ବର ମାଗିଥିଲେ ଲକ୍ଷ୍ମୀ। ରକ୍ଷାସୂତ୍ର ପିନ୍ଧାଇ ଭାଇ କରିଥିବାରୁ, ନିଜ ଭଉଣୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ବାମନ ରୂପୀ ଭଗବାନ ବିଷ୍ଣୁଙ୍କୁ ନିଜ ସ୍ଥାନକୁ ଫେରିବାକୁ ଅନୁମତି ଦେଇଥିଲେ।
ତେବେ, ଭଗବାନ ବିଷ୍ଣୁ ଭକ୍ତଙ୍କୁ କେବେ ନିରାଶ କରନ୍ତି ନାହିଁ। ସେଥିପାଇଁ ଭଗବାନ୍ ରାଜା ବଳିଙ୍କୁ ବରଦାନ ଦେଇଥିଲେ ଯେ, ପ୍ରତି ବର୍ଷ ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରୁ କାର୍ତ୍ତିକ ଏକାଦଶୀ ପର୍ଯ୍ୟନ୍ତ ଚାରିମାସ ପାତାଳ ଲୋକରେ ବାସ କରିବେ। ଏହି ୪ ମାସ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହିଥାଆନ୍ତି ବୋଲି କୁହାଯାଏ। ତେଣୁ ଏହି ଚତୁର୍ମାସ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଶୁଭ ହୋଇନଥାଏ ବୋଲି ବିଶ୍ବାସ ରହିଛି।ହରି ଶୟନ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପର୍ଯ୍ୟନ୍ତ ୪ ମାସ ସମୟ ଭଗବାନ୍ ବିଷ୍ଣୁ ପତାଳପୁରୀରେ ଯାଇ ନିଦ୍ରାରେ ରୁହନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications