ଦୁର୍ଦ୍ଦାନ୍ତ ମାଓବାଦୀ ସମାୟଙ୍କ ଆତ୍ମସମର୍ପଣ

ଫୁଲବାଣୀ : ଧିରେ ଧିରେ କନ୍ଧମାଳରେ ମାଓ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି । କିଛି ମାସ ପୂର୍ବରୁ ଟପ୍ ମାଓନେତା ଦାସରୁ ପୁଲିସ ଗୁଳିର ଶିକାର ହୋଇ ନିହତ ହୋଇଥିବା ବେଳେ ପୁଣି ଜଣେ ଟପ୍ କ୍ୟାଡର ଆତ୍ମସର୍ମପଣ କରିଛନ୍ତି । କ୍ୟାଡର ମାଓବାଦୀ ତଥା କେକେବିଏନ୍ (କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼) ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ସାମାୟା ମାଡକାମ ମଙ୍ଗଳବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ସେ ଏହି ଡିଭିଜନର ଅଷ୍ଟମ କମ୍ପାନୀର ପ୍ରଥମ ପ୍ଲାଟୁନ୍‌ରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ । ସୂଚନା ଅନୁସାରେ, ସମାୟ ମାଡ୍‌କାମ କେକେବିଏନ୍ ମାଓ ସଂଗଠନର ଡିଭିଜିନାଲ୍ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା । ସେ କନ୍ଧମାଳ, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ସକ୍ରିୟ ଥିଲା । ସମାୟର ନିଜଘର ଛତିଶଗଡ଼ ରାଜ୍ୟର ସୁକ୍‌ମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଲଗୁଡ଼ା ଗାଁରେ । ସେ ପିଲାଦିନୁ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା ।

Hardcore Maoist Surrenders

ତାକୁ ଯେତେବେଳେ ମାତ୍ର ୧୨ ବର୍ଷ ବୟସ ହୋଇଥିଲା ସେ ପ୍ରଥମେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା । ସମାୟ ଗତ ୨୦୦୫ ମସିହାରୁ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ମାଓ ସଂଗଠନରେ କାର୍ଯ୍ୟ କରୁଥିଲା । ସେ ଛତିଗଡ଼ରେ ସକ୍ରିୟ ଥିବା କିସ୍ତାରାମ ଏରିଆ କମିଟି, ସୀତାନଦୀ ଏଲ୍‌ଓଏସ୍‌, ଉଦନ୍ତି ଏଲ୍‌ଓଏସ୍‌, ମଇନପୁର ଏଜିଏସ୍‌, ଧର୍ମବନ୍ଧ ପ୍ଲାଟୁନ୍ ଆଦି ମାଓ ସଂଗଠନରେ କାର୍ଯ୍ୟକରିବା ପରେ ପରବର୍ତ୍ତୀ ସମୟରେ କେକେବିଏନ୍ ଡିଭିଜନରେ କାର୍ଯ୍ୟ କରୁଥିଲା । କେକେବିଏନ୍ ମାଓ ଡିଭିଜନରେ ସମାୟ ଜଣେ ଟପ୍ କ୍ୟାଡର ଭାବେ କାର୍ଯ୍ୟ କରୁଥିଲା । ସମାୟ ନାମରେ ବୌଦ୍ଧ, କନ୍ଧମାଳ, ନୂଆପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ମୋଟ ୧୭ଟି ମାମଲା ଥିବାବେଳେ ତାକୁ ଧରିବା ପାଇଁ ତା' ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।

ଗତ ୨୦୧୯ ସାଧାରଣ ନିର୍ବାଚନରେ କନ୍ଧମାଳରେ ଦେଖା ଦେଇଥିବା ମାଓ ହିଂସା କାର୍ଯ୍ୟକଳାପରେ ସମାୟ ସମ୍ପୃକ୍ତ ଥିଲା । ସେହିଭଳି ଛତିଶଗଡ଼ର ବିଭିନ୍ନ ଥାନାରେ ମଧ୍ୟ ତା' ନାଁରେ ୪୦ରୁ ଊର୍ଦ୍ଧ୍ୱ ମାମଲା ରହିଛି । ଆତ୍ମସମର୍ପଣ ଏବଂ ଥଇଥାନ ଯୋଜନା ଅନୁସାରେ ସମାୟକୁ ସମସ୍ତ ପ୍ରକାର ଆର୍ôଥକ ସହାୟତା ଯୋଗେଇ ଦିଆଯିବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ଜୟ ନାରାୟଣ ପଙ୍କଜ ଏହି ଅବସରରେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+