Get Updates
Get notified of breaking news, exclusive insights, and must-see stories!

ହର୍ ଘର ତ୍ରିରଙ୍ଗା ଅଭିଯାନ: ମିଶନ ଶକ୍ତି ପକ୍ଷରୁ ଦ୍ଵାରା ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ

ମିଶନ ଶକ୍ତି ପକ୍ଷରୁ ଦ୍ଵାରା ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ । ହର୍ ଘର ତ୍ରିରଙ୍ଗା ଅଭିଯାନ ପାଇଁ ଟିମକୁ ଦିଆଯାଇଛି ଗୁରୁ ଦାୟୀତ୍ବ ।

ଭୁବନେଶ୍ବର : ସ୍ଵାଧୀନତାର 75 ବର୍ଷ ପୂର୍ବର ଗୌରବମୟ ଅବସରରେ ସାରା ଦେଶରେ ' ହର୍ ଘର ତ୍ରିରଙ୍ଗା ' ଅଭିଯାନ କୋରଦାର ହେବାରେ ଲାଗିଛି । 13ରୁ 15 ଅଗଷ୍ଟ 2022 ପର୍ଯ୍ୟନ୍ତ ସମସ୍ତ ଘର ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଜତ୍ତୋଳନ କରାଯାଉଛି । ଆମ ରାଜ୍ୟ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟମାନଙ୍କ ଔଦ୍ୟୋଗିକ ସାମର୍ଥ୍ୟ ଉପରେ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିବା ସହ ସେମାନଙ୍କ ପାଖରେ ଥିବା ୟୁନିଟଗୁଡ଼ିକର ପୂର୍ଣ୍ଣ ଉପଯୋଗ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦ ଲକ୍ଷ ଜାତୀୟ ପତାକା ସିଲାଇ କରିବାର ଗୁରୁଦାୟିତ୍ଵ ଅର୍ପଣ କରିଛନ୍ତି ।

Naveen

ଆଜି ସିଲାଇ କାର୍ଯ୍ୟରେ ସଂପୃକ୍ତ ମିଶନ ଶକ୍ତି ସ୍ଵୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ଗୋଟିଏ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଏଥିସହ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ସଂପୂର୍ଣ୍ଣ ଭରସାର ସହ ଏଭଳି ଏକ ବିଶାଳ ଦାୟିତ୍ୱ ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଥିଲେ । 75ତମ ସ୍ଵାଧୀନତା ଦିବସର ଏଇ ଶୁଭ ଅବସରରେ ରାଜ୍ୟର ସମସ୍ତ ସରକାରୀ , ଘରୋଇ ଅନୁଷ୍ଠାନ , ସଂସ୍ଥା ଆଦିରେ ଜାତୀୟ ପତାକା ଉଡ଼ିବ । କିନ୍ତୁ ମିଶନ ଶକ୍ତି ସଦସ୍ୟମାନଙ୍କ ଦ୍ଵାରା ପ୍ରସ୍ତୁତ ଏବଂ ଯୋଗଇ ଦିଆ ଯାଇଥିବା ଜାତୀୟ ପତାକା ସଂପୂର୍ଣ୍ଣ ସ୍ଵତନ୍ତ୍ର , କାରଣ ଏଥିରେ ସେମାନଙ୍କ ନିଷ୍ଠା , ଆନ୍ତରିକତା ଏବଂ କରିରହିଛି ବୋଲି ସଦସ୍ୟାମାନେ କହିଛନ୍ତି ।

misssion shakti
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ମହିଳା ସଶକ୍ତିକରଣ କ୍ଷେତ୍ରରେ ମିଶନ ଶକ୍ତି ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇପାରିଛି । ଆଜି ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଗ୍ରାମ ଏବଂ ସହରମାନଙ୍କରେ ଲକ୍ଷରୁ ଊର୍ଦ୍ଧ୍ବ । ଉର୍ଷ୍ଟ ଗୋଷ୍ଠୀ ସଂଗଠିତ ହୋଇପାରିଛନ୍ତି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କୈନ୍ଦ୍ରିକ ସରକାରୀ କାର୍ଯ୍ୟକ୍ରମମାନଙ୍କରେ ସମନ୍ଵୟ ଆଣିବା , ତୃଣମୂଳ ସ୍ତରରେ ଲକ୍ଷଲକ୍ଷ ମହିଳାଙ୍କ ଯୋଗଦାନକୁ ତ୍ବରାନ୍ବିତ କରିବା ତଥା ସ୍ଥାୟୀ ଜୀବନଜୀବିକା ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ୨୦୨୧ରେ ମିଶନ ଶକ୍ତିକୁ ଏକ ସ୍ଵତନ୍ତ୍ର ବିଭାଗ ଘୋଷଣା କରିଛନ୍ତି । ଯଦିଓ ଅତି କମ୍ ସମୟ ମଧ୍ୟରେ ଏତେ ସଂଖ୍ୟକ ପତାକା ତିଆରି କରିବା ଏକ ବିଶାଳ ଆହ୍ୱାନ ଥିଲା , କିନ୍ତୁ ପୂର୍ବରୁ ମିଶନ ଶକ୍ତି ଅଧୀନରେ ଥିବା ସିମେଇ ୟୁନିଗୁଡ଼ିକ ଏଥିରେ ଯଥେଷ୍ଟ ସହାୟକ ହୋଇଥିଲା ।

ପତାକା ତିଆରିରେ ନିୟୋଜିତ ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ପୂର୍ବରୁ ମିଶନ ଶକ୍ତି ବିଭାଗ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏବେ ବୃହତ୍ ଟେଲରିଂ ୟୁନିଟ୍ ସହ ନିଜସ୍ଵ ୟୁନିଟ୍ ପରିଚାଳନାରେ ମଧ୍ୟ ସେମାନଙ୍କର ଯଥେଷ୍ଟ ଦକ୍ଷତା ରହିଛି । ସାରା ରାଜ୍ୟରେ ଅତ୍ୟାଧୁନିକ ସିଲାଇ ମେସିନ୍‌ର ବ୍ୟବହାର କରି ଗୁଣବତା ବଜାୟ ରଖୁ ଏହି ସବୁ ପତାକା ସିଲାଇ କରାଯାଇଛି । ରାଜ୍ୟର ୨୨ଟି ଜିଲ୍ଲାର ୫୦୦ ସ୍ବୟଂ ସହାୟକ ଗୋଷ୍ଠୀ ଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ୨୩ ସଦସ୍ୟା ଏହି ପତାକା ସିଲାଭ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଦୈନିକ ହାରାହାରି ୩.୫ରୁ ୪ ୫କ୍ଷ ପର୍ଯ୍ୟନ୍ତ ସିହାର କରି ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରାଯାଇଥିଲା । ଅଗଷ୍ଟ ୧୨ ତାରିଖ ଦିନ ସୁଦ୍ଧା ଏହି ସଦସ୍ୟାମାନଙ୍କ ଦ୍ଵାରା ତିଆରି ହୋଇଥିବା ପତାକାଗୁଡ଼ିକ ପ୍ରତ୍ୟେକ ଜିଲ୍ଲାରୁ ସଂଗୃହୀତ ହୋଇ ବଣ୍ଟନ ଆରମ୍ଭ କରାଯାଇଥିଲା । ପତାକା ତିଆରିର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିବା ବେଳେ ଏହି ତ୍ରିରଙ୍ଗାଗୁଡ଼ିକ ଜିଲ୍ଲା ପ୍ରଶାସନ ଦ୍ଵାରା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+