Get Updates
Get notified of breaking news, exclusive insights, and must-see stories!

ବ୍ରହ୍ମପୁରରେ "ହର୍ ଦିନ୍ ତ୍ରିରଙ୍ଗା"

ଓଡିଶାର ବ୍ରହ୍ମପୁର ସହରରେ ପାଳନ ହେଉଛି ହର୍ ଦିନ୍ ତ୍ରିରଙ୍ଗା । ନୂଆ କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ କଥାଟି ଏକମଦ ସତ । ଆସନ୍ତୁ ଜାଣିବା ପୁରା କାହାଣୀ...

ବ୍ରହ୍ମପୁର: ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରିବାକୁ ଯାଉଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ ପାଳନ କରୁଛନ୍ତି ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ । ତେବେ ଓଡିଶାର ବ୍ରହ୍ମପୁର ସହରରେ ପାଳନ ହେଉଛି ହର୍ ଦିନ୍ ତ୍ରିରଙ୍ଗା । ନୂଆ କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ହେଲେ କଥାଟି ଏକମଦ ସତ । ଆସନ୍ତୁ, ଜାଣିବା ପୁରା କାହାଣୀ...

Har Din Tiranga

ବ୍ରହ୍ମପୁର ସହରରେ କିଛି ଯୁବଗୋଷ୍ଟୀ ଗତ ଚାରି ବର୍ଷ ଧରି ପ୍ରତିଦିନ ଜାତୀୟ ପତାକା ଉତ୍ତୋଳନ କରି ଲୋକଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରୁଛନ୍ତି । ନିଜ ନିଜ କାମକୁ ଯିବା ପୂର୍ବରୁ ସ୍ଥାନୀୟ କାମପାଲ୍ଲୀ ଅଞ୍ଚଳର ଜଗନ୍ନାଥ ମନ୍ଦିର ନିକଟରେ ପ୍ରତିଦିନ ସେମାନେ ସକାଳ ପ୍ରାୟ 8ଟା ବେଳେ ଏକତ୍ରିତ ହୋଇ ଜାତୀୟ ପତାକା ଉତ୍ତୋଳନ କରନ୍ତି । ତେବେ 2018 ଅଗଷ୍ଟ 15 ତାରିଖରୁ ସେମାନେ ଏପରି କରି ଆସୁଛନ୍ତି ।

ସ୍ଥାନୀୟ ବାସିନ୍ଦା ରାମ କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ଏହି ପ୍ରଥା ଆରମ୍ଭ କରିଥିଲେ । ପରେ ପରେ ତାଙ୍କ ସହିତ ଅନେକ ଯୁବକ ଯୋଡି ହୋଇଥିଲେ । ବର୍ଷା ଏବଂ ଲକଡାଉନ୍ ଅବଧି ସତ୍ତ୍ୱେ ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଆମେ ଜାତୀୟ ପତାକା ଉତ୍ତଳନ କରି ନାହୁଁ ବୋଲି ରାମ କହିଛନ୍ତି । ତେବେ ସହରବାସୀଙ୍କ ମନରେ ଦେଶପ୍ରେମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେମାନେ ଏପରି କରୁଛନ୍ତି ବୋଲି ରାମ ପ୍ରକାଶ କରିଛନ୍ତି ।

"ଆମେ ପ୍ରତିଦିନ ସହରରୁ ଜଣେ ନୂତନ ବ୍ୟକ୍ତିଙ୍କୁ ପତାକା ଉତ୍ତୋଳନ ପାଇଁ ନିମନ୍ତ୍ରଣ କରୁ । ଯଦି କେହି ଉପଲବ୍ଧ ନ ହୁଅନ୍ତି, ତେବେ ଆମ ଗୋଷ୍ଠୀର କେହି, ଏପରିକି ନିକଟସ୍ଥ ମନ୍ଦିରର ପୁରୋହିତ ମଧ୍ୟ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରନ୍ତି । ଯେତେବେଳେ ଜାତୀୟ ସଂଗୀତ ଗାନ ହୁଏ । ରାସ୍ତାରେ ଯାଉଥିବା ଲୋକମାନେ ମଧ୍ୟ ଜାତୀୟ ପତାକାକୁ ସମ୍ମାନ ଦେବା ପାଇଁ ନିଜ ନିଜ ସ୍ଥାନରେ ଅଟକି ଯାଆନ୍ତି । " ବୋଲି ରାମ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+