ପୁରୀରେ ଭକ୍ତଙ୍କୁ ଗଣିଲା AI, ଚଳିତ ଥର ରେକର୍ଡ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା

ପୁରୀରେ ଭକ୍ତଙ୍କୁ ଗଣିଲା AI । ଚଳିତ ଥର ରେକର୍ଡ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା । ଆଜି ନୂଆବର୍ଷ ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି କାଳିଆ ଦର୍ଶନ ପାଇଁ ପାଇଁ ପୁରୀରେ ଲମ୍ବା ଲାଇନ ଲଗାଇଛନ୍ତି । ଆଉ ଏହି ଭିଡ଼କୁ ଦୃଷ୍ଟି ରଖାଯାଇ ପୁରୀ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କଡ଼ାକଡ଼ି ରହିଛି । ୬୦ ପ୍ଲାଟୁନ ପୋଲିସଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

happy new year AI counts devotees in Puri record breaking number of devotees this time

ତେବେ ଦିନ ୧ଟା ସୁଦ୍ଧା ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ସରିଲାଣି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନଜରରେ ଶ୍ରଦ୍ଧାଳୁ ରହିଛନ୍ତି । ଚଳିତ ଥର ରେକର୍ଡ ଭାଙ୍ଗିଲା ଶ୍ରଦ୍ଧାଳୁଙ୍କ ସଂଖ୍ୟା । ଏନେଇ ପୁରୀ ଏସପି ଭିନୀତ ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିରରେ ନୂଆବର୍ଷ ପାଇଁ ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ। ଭିଡ଼ ପାଇଁ ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ଜାରି ରହିଛି ।

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ମଧ୍ୟରାତ୍ରି 12 ଟା 30ରେ ଦ୍ଵାର ଫିଟା ନୀତି ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ହୋଇଥିଲା । ପରେ ଭକ୍ତମାନଙ୍କ ପାଇଁ ନବ ବର୍ଷ ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତମାନେ ବଡଦାଣ୍ଡରେ ହୋଇଥିବା ବ୍ୟାରିକେଡ ଦେଇ ସିଂହଦ୍ଵାର ବାଟେ ଶ୍ରୀ ମନ୍ଦିରକୁ ପ୍ରବେଶ କରିଛନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ପାଇଁ ଆଜି କେବଳ ସିଂହଦ୍ଵାର ଦେଇ ପ୍ରବେଶ ବ୍ୟବସ୍ଥା ହୋଇଛି । ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ନିଜ ପରିବାରର ଓ ସମଗ୍ର ସଂସାରର ମଙ୍ଗଳ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି ଭକ୍ତ ।

ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିରରେ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 60 ପ୍ଲାଟୁନ ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ଟ୍ରାଫିକ ପରିଚାଳନା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ନୂଆବର୍ଷ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ସମସ୍ତେ କାମନା କରି ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+