Get Updates
Get notified of breaking news, exclusive insights, and must-see stories!

Happy New Year 2025: ୨୦୨୫କୁ ସ୍ୱାଗତ କଲେ ବିଶ୍ୱବାସୀ, ସଜେଇ ହୋଇଛି ଶ୍ରୀମନ୍ଦିର

୨୦୨୫ ସମସ୍ତଙ୍କ ପାଇଁ ଶୁଭ ହେଉ । ଆଉ ଏହି ଆଶା ନେଇ ଉଇଁଛି ବର୍ଷର ପ୍ରଥମ ସୂର୍ଯ୍ୟ । ୨୦୨୪କୁ ବିଦାୟ ଦେଇ ୨୦୨୫କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ତେବେ ନୂଆବର୍ଷରେ ପୁରୀ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଜମିଛି ପର୍ଯ୍ୟଟକଙ୍କ ଭିଡ଼ । ନୂଆ ବର୍ଷର ନୂଆ ସୂର୍ଯ୍ୟୋଦୟ ଦେଖିବା ପାଇଁ ନାହିଁ ନଥିବା ଭିଡ଼ ଜମିଛି ।

ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । କେବଳ ସିଂହଦ୍ବାର ଦେଇ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳୁଛି । ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିହେବ । ସେହିପରି ଭିଡ଼ ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଶ୍ରୀକ୍ଷେତ୍ରରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ। ।

Happy New Year 2025

୨୦୨୪କୁ ବିଦାୟ ଦେବା ସହ ସୂର୍ଯ୍ୟୋଦୟ ସମୟରେ କିଛି ନୂଆ କରିବାର ସଙ୍କଳ୍ପ ନେଇଛନ୍ତି । ଏଥିସହ ନୂଆ ବର୍ଷ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ ବାର୍ତ୍ତା ଜାରି କରିବା ସହ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି । ବିକଶିତ ଓଡ଼ିଶା ଗଠନ ଦିଗରେ ସମସ୍ତଙ୍କ ଯୋଗଦାନ ଆବଶ୍ୟକ ଥିବା ସେ କହିଛନ୍ତି ।

ନୂଆବର୍ଷର ସ୍ବାଗତ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରମନ୍ଦିର ନିକଟରେ ଜନସମୁଦ୍ର । ରାତି ଅଧରୁ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ଭକ୍ତଙ୍କ ପାଇଁ ରାତି ଅଧରେ ପହଡ଼ ଖୋଲିଥିଲା । ମଧ୍ୟରାତ୍ରିରେ ଶ୍ରୀମନ୍ଦିର ଭିତରକୁ ଯାଇ ଜଗା ଦର୍ଶନ କରିଛନ୍ତି ଭକ୍ତ । ଜଗନ୍ନାଥ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ପ୍ରତି ଭକ୍ତଙ୍କ ମନରେ ରହିଛି ପ୍ରବଳ ଇଚ୍ଛା ।

ନୂଆବର୍ଷରେ ପୁରୀରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି। ଲୋକେ ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ ଭାଙ୍ଗିଛନ୍ତି । ପୋଲିସକୁ ଧକ୍କା ଦେଇ ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ନିକଟ ଜନସମୁଦ୍ର ପାଲଟିଛି । ରାତି ଅଧରୁ ଶ୍ରଦ୍ଧାଳୁ ଭିଡ଼ ଜମାଇଛନ୍ତି । ଭକ୍ତଙ୍କ ପାଇଁ ରାତି ଅଧରେ ପହଡ଼ ଖୋଲିଥିଲା।

ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ବାର ଦେଇ ଭକ୍ତଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳୁଛ।ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିହେବ । ଭିଡ଼ ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+