ରାଜଧାନୀବାସୀଙ୍କୁ ପାଇଁ ଖୁସି; ଶୀତୁଆ ପାଗକୁ ମଜାଦାର କରିବ ପଥୋତ୍ସବ
ଏଭଳି ଶୀତୁଆ ପାଗକୁ ଆହୁରି ମଜାଦାର କରିବାକୁ ଖୁବଶୀଘ୍ର ରାଜଧାନୀକୁ ଫେରୁଛି ପଥୋତ୍ସବ। ମଙ୍ଗଳବାର ଦିନ ମାଷ୍ଟରକାଣ୍ଟିନ୍ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ଯାଏ ପଥୋତ୍ସବ କରାଯିବ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ କରାଯିବ। ଏଥିସହ ୱାକାଥନ୍ ମଧ୍ୟ ହେବ। ସକାଳ ସାଢ଼େ ୭ଟାରୁ ୧୦ ଯାଏ ଏହି କାର୍ଯ୍ୟକ୍ରମ ହେବ।

ଏନେଇ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଭୋଟର ସଚେତନତା ତଥା ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏପରି ପ୍ରୟାସ କରାଯାଇଛି। ମଙ୍ଗଳବାର ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୭ରୁ ୧୮ ବର୍ଷ ବୟସର ପିଲାମାନେ ୱାକାଥନ୍ରେ ବହୁଳ ମାତ୍ରାରେ ସାମିଲ ହେବାକୁ କୁହାଯାଇଛି।












Click it and Unblock the Notifications