ଚାଲିଛି ବାଣ ଫୁଟା; କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକ
ପିଣ୍ଡଦାନ, ବଡବଡୁଆ ଡାକ, କାଳିପୂଜା । ଆଉ ଚାରିଆଡେ ଦୀପାବଳିର ମହୋଲ୍ । ଚାଲିଛି ବାଣ ଫୁଟା । ଲୋକେ ଭାରି ମଉଜ କରୁଛନ୍ତି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆଲୋକବର୍ତ୍ତିକା ଓ ପିଣ୍ଡଦାନ।
ବଡ଼ବଡୁଆ ହୋ
ଅନ୍ଧାରରେ ଆସ ଆଲୁଅରେ ଯା',
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାବଛେ ଗଡ଼ଗଡାଉ ଥା' ।
ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରିଛନ୍ତି । ଅସଂଖ୍ୟ ଭକ୍ତ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ଜାଳିଛନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।ଓଡ଼ିଶାରେ ଏହି ଦିନ ବଡ଼ବଡୁଆ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି ।
ଶ୍ରୀମନ୍ଦିର ରୋଷଶାଳାର ବାହ୍ୟ ସମ୍ମୁଖ ଭାଗରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚାରିଟି ସ୍ଥାନରେ କାଉଁରିଆ କାଠି ଜାଳି ଶ୍ରାଦ୍ଧ ଅର୍ପଣ କରିଛନ୍ତି ଭକ୍ତ ।

କାଳୀ ପୂଜା ପାଇଁ ଚଳଚଞ୍ଚଳ କଟକ । ସହରର ପ୍ରମୁଖ କାଳୀ ମନ୍ଦିର ଗୁଡ଼ିକରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ମାଳିକା ପ୍ରସିଦ୍ଧ କାଳିଆ ଵୁଦା ଶ୍ୟାମାକାଳୀ, ଖାନନଗର ଦକ୍ଷିଣ କାଳି ଓ କାଳିଗଳିର କାଳୀ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରଦ୍ଧା ଓ ଭକ୍ତିର ସହ ମା'ଙ୍କର ଆରାଧନା କରିଛନ୍ତି ।
ପୁରୀର ପ୍ରସିଦ୍ଧ ମା ଦକ୍ଷିଣକାଳୀ, ଶ୍ୟାମାକାଳୀ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ରିତିନୀତିରେ ପୂଜାର୍ଚ୍ଚନା କରାଯାଉଛି । ମା ଶ୍ୟାମାକାଳୀଙ୍କ ମହାକାଳୀ ବେଶ ସହ ୨୧ ଅଖଣ୍ଡ ଦୀପ ଆମିଷ ଓ ଶଙ୍ଖୁଡ଼ି ଭୋଗ ଲାଗି କରାଯିବର ନିୟମ ରହିଛି ।
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି । ମା ଭଦ୍ରକାଳୀ ଆଜି ଠାରୁ ସପ୍ତମାତୃକା ବେଶରେ ୭ ଦିନ ଧରି ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ।
ମଦୁଆ ହୁସିଆର, ସାଦା ପୋଷାକରେ ବୁଲୁଛି ପୋଲିସ । ଏ ନେଇ ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ । ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ । ପିସିଆର ସହ ଥାନା କର୍ମଚାରୀ ଗଳି କନ୍ଦିରେ ବୁଲିବେ'
ରାତିରେ ବିଭିନ୍ନ ସ୍ଥାନରେ ଚେକିଂ ପାଇଁ ବ୍ଲକିଂ କରାଯିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications