୭୭ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୭୭ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଅପ୍ରତିଦ୍ୱନ୍ଦୀ ଏବଂ ପ୍ରିୟ ଶାସକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ୭୭ ବର୍ଷ ବୟସରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ନଂ-୧ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ଚଳିତ ବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଜନ୍ମଦିନ ପାଳିବେ ନାହିଁ । କୋରୋନା ମହାମାରୀ ତଥା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଗତ ବର୍ଷ ଗୁଡିକରେ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ଜନ୍ମଦିନ ପାଳନ କରିନାହାନ୍ତି। ତେବେ ଆଜି ମଧ୍ୟ ନବୀନ ନିବାସ ନ ଆସିବା ପାଇଁ ଶୁଭେଚ୍ଛୁଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା କାଲି ଅର୍ଥାତ୍ ସୋମବାର ତେଲେଙ୍ଗାନାରେ 'ମେକ୍ ଇନ୍ ଓଡ଼ିଶା' କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହାଇଦ୍ରାବାଦ ଗସ୍ତରେ ଯାଉଛନ୍ତି । ସେଥିପାଇଁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଛୁମାନଙ୍କୁ ଅନୁରୋଧ କରିଛନ୍ତି।ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହାଇଦ୍ରାବାଦରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ନିବେଶକଙ୍କ ସହ ୱାନ-ଟୁ-ୱାନ୍ ବୈଠକ ଓ ନିବେଶକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ ।
ସେପଟେ ବିଜୁ ଜନତା ଦଳ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ସେବାର ଦିନ ଭାବେ ପାଳନ କରୁଛନ୍ତି । ସାରା ରାଜ୍ୟରେ ବ୍ୟାପକ ହେଉଛି ରକ୍ତଦାନ ଶିବିର । ସେହିପରି ବୃକ୍ଷରୋପଣ କରାଯିବା ସହ ଯାଜପୁରରେ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।












Click it and Unblock the Notifications