For Quick Alerts
Turn On Notification  
For Daily Alerts
Oneindia App Download

ଆଜି ସରସ୍ୱତୀ ପୂଜା, ଶିକ୍ଷାନୁଷ୍ଠାନରେ ଚାଲିଛି ପୂଜାର୍ଚ୍ଚନା

ଆଜି ସରସ୍ୱତୀ ପୂଜା, ଶିକ୍ଷାନୁଷ୍ଠାନରେ ଚାଲିଛି ପୂଜାର୍ଚ୍ଚନା

|
Happy Saraswati Puja

ଭୁବନେଶ୍ୱର: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ବସନ୍ତ ପଞ୍ଚମୀର ପର୍ବ ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ । ଶାସ୍ତ୍ର ବସନ୍ତ ପଞ୍ଚମୀ ଏକ ପ୍ରମୁଖ ପର୍ବ ଭାବେ ବିବେଚନା କରାଯାଏ । ଏହି ଦିନ ଜ୍ଞାନ, ଶିକ୍ଷା, ସଙ୍ଗୀତ ଏବଂ କଳାର ଦେବୀ ମା' ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ସନାତନ ଧର୍ମରେ ମାଆ ସରସ୍ୱତୀଙ୍କ ଉପାସନାର ବିଶେଷ ଗୁରୁତ୍ୱ ରହିଛି, କାରଣ ସେ ଜ୍ଞାନର ଦେବୀ । ବିଶ୍ୱାସ କରାଯାଏ ଯେ ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଦେବୀ କାଳୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୁଏ ।

ଆଜି ମାଆଙ୍କ ଆରାଧନ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇପଡିଛି । ଗତ ଦୁଇ ବର୍ଷ ପରେ ଏଥର ବିନା କୋଭିଡ୍ କଟକଣାରେ କରାଯାଉଛି ଦେବୀଙ୍କ ପୂଜା । ସକାଳୁ ସକାଳୁ ନୂଆ କପଡା ପିନ୍ଧି ବିଦ୍ୟାଳୟରେ ପହଁଚିଛନ୍ତି ଛାତ୍ରଛାତ୍ରୀ । ବେଶ୍ ଉତ୍ସବ ମୁଖର ହୋଇ ପଡିଛି ସ୍କୁଲ, କଲେଜ । ସେହିପରି ଆଜି ଅନେକ କୁନି କୁନି ଛୁଆ ଖଡି ଛୁଆଁ କରି ନିଜ ଶିକ୍ଷା ଜୀବନର ଆରମ୍ଭ ମଧ୍ୟ କରିଛନ୍ତି ।

ବସନ୍ତ ପଞ୍ଚମୀ 2023 ଶୁଭ ସମୟ

ବସନ୍ତ ପଞ୍ଚମୀ ସରସ୍ୱତୀ ପଞ୍ଚମୀ, ଶ୍ରୀ ପଞ୍ଚମୀ ନାମରେ ମଧ୍ୟ ଜଣାଶୁଣା । ମାଆ ସରସ୍ୱତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀଙ୍କ ରୂପରେ ମଧ୍ୟ ପୂଜା କରାଯାଏ । ଗଣତନ୍ତ୍ର ଦିବସ ଏବଂ ବସନ୍ତ ପଞ୍ଚମୀ - ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରାୟ ୧୯ ବର୍ଷ ପରେ ମାଆ ସରସ୍ୱତୀ ଏବଂ ଗଣତନ୍ତ୍ର ଦିବସ ଗୋଟେ ଦିନରେ ପଡିଛି । ୨୦୦୪ରେ ଏହି ଦୁଇଟି ପର୍ବ ଏକାଠି ପଡିଥିଲା । ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗର ବିଶେଷ ଗୁରୁତ୍ୱ ରହିଛି ଏବଂ ଗୁରୁବାର ଦିନ ହଳଦିଆ ରଙ୍ଗର ଜିନିଷ ପୂଜା ଏବଂ ଦାନ କରିବା ଦ୍ୱାରା ସୁଖ, ଧନ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ଗୁରୁବାର ଅନୁଷ୍ଠିତ ବସନ୍ତ ପଞ୍ଚମୀ ପର୍ବ ଏହାର ଗୁରୁତ୍ୱ ବଢାଇଛି ।

ବସନ୍ତ ପଞ୍ଚମୀ ଶୁଭ ସମୟ
ଶିବ ଯୋଗ -ସକାଳ ୦୩:୧୦ ରୁ ଅପରାହ୍ନ ୩:୨୯
ସିଦ୍ଧ ଯୋଗ - ଜାନୁୟାରୀ ୨୫ ସନ୍ଧ୍ୟା ୦୬:୫୭ ରୁ ଜାନୁୟାରୀ ୨୬ ସକାଳ ୦୭:୧୨
ରବି ଯୋଗ - ଜାନୁୟାରୀ ୨୫ ସନ୍ଧ୍ୟା ୦୬:୫୭ ରୁ ଜାନୁଆରୀ ୨୬ ସକାଳ ୦୭:୧୨

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Happy Basant Panchami 2023, Know more about this day.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X