ଚାଉଳ ବଦଳରେ ଏବେ ସ୍କୁଲ ପିଲାଙ୍କୁ ମିଳିବ ଏହି ସବୁ ସାମଗ୍ରୀ
ଚାଉଳ ବଦଳରେ ଏବେ ସ୍କୁଲ ପିଲାଙ୍କୁ ମିଳିବ ହାପିନେସ୍ କିଟ୍। ଏହି କିଟ୍ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ ।
ଭୁବନେଶ୍ୱର: ଚାଉଳ ବଦଳରେ ଏବେ ସ୍କୁଲ ପିଲାଙ୍କୁ ମିଳିବ ହାପିନେସ୍ କିଟ୍। ଏହି କିଟ୍ରେ ରହିବ ଅଟା, ଚଣା, ହଳଦୀ ଗୁଣ୍ଡ, ଡାଲଚିନ୍, ଚିନା ବାଦାମ ଓ ଗୁଡ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ । ଏହାସହ ପେନ୍, ପେନ୍ସିଲ୍, ନୋଟ୍ ପ୍ୟାଡ୍, ସାନିଟାରୀ ନାପକିନ୍, ଟୁଥ୍ ପେଷ୍ଟ, ଆୟୋଡିନ ଲୁଣ ଓ ସାବୁନ ବି ରହିବ ।

କରୋନା କାଳରେ ସ୍କୁଲ ବନ୍ଦ ଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳି ପାରୁ ନାହିଁ । ଏହାବଦଳରେ ଅଭିଭାବକଙ୍କ ଆକାଉଣ୍ଟକୁ ଯାଉଛି ଏବାବଦକୁ ଅର୍ଥ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ୍ ଖୋଲିବା ପୂର୍ବରୁ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ଜରିଆରେ ନୟାଗଡ଼, ପୁରୀ, କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ର ୧୯୧୬ ସ୍କୁଲରୁ ଏକ ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀଙ୍କୁ ହାପିନେସ୍ କିଟ୍ ଦିଆଯିବ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଏହି ହାପିନେସ୍ କିଟ୍ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ।












Click it and Unblock the Notifications