ହନୁମାନ ଜୟନ୍ତୀ ହିଂସା ଘଟଣା: ସମ୍ବଲପୁର ଗସ୍ତରେ ପୋଲିସ ଡିଜି
ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସା ଘଟଣା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଉତ୍ତେଜନା ମଧ୍ୟରେ ସମ୍ବଲପୁରରେ ପହଁଚିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଯାଇଛନ୍ତି ଡିଜି ।
ଡିଜିଙ୍କ ସମେତ ଆଇନସୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା, ଗୁଇନ୍ଦା ଏଡିଜି, ସଞ୍ଜିବ ପଣ୍ତା ଡିଜିଙ୍କ ସହ ସମ୍ବଲପୁରରେ ପହଁଞ୍ଚିଛନ୍ତି । ସ୍ଥିତିର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ସୂଚନାଅନୁସାରେ, ଶନିବାର ୪ଟାରେ ସମ୍ବଲପୁରରେ ପହଁଞ୍ଚିଛନ୍ତି ଡିଜି । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଡିଜିପି ଯାତ୍ରା କରି ଝାରସୁଗୁଡ଼ାର ଜମାଦାରପାଲୀ ଏୟାରଷ୍ଟିପରୁ ସିଧାସଳଖ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ଯାଇଛନ୍ତି । ସୂଚନାଥାଉ ଯେ, ହିଂସାକାଣ୍ତକୁ ନଜରରେ ରଖି ଗତ ଗୁରୁବାର ଠାରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।












Click it and Unblock the Notifications