Get Updates
Get notified of breaking news, exclusive insights, and must-see stories!

Hanuman Jayanti 2024: ଏପରି କରନ୍ତୁ ପୂଜାର୍ଚ୍ଚନା, ପୂରଣ ହେବ ମନୋସ୍କାମନା

Hanuman Jayanti 2024: ସାତ ଚିରଞ୍ଜୀବଙ୍କ ମଧ୍ୟରୁ ରାମ ଭକ୍ତ ହନୁମାନଜୀଙ୍କ ଜନ୍ମ ବାର୍ଷିକୀ ଚୈତ୍ର ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ମଙ୍ଗଳବାର ଦିନ ଚୈତ୍ର ନକ୍ଷେତ୍ରରେ ପଡୁଥିବା ହନୁମାନ ଜୟନ୍ତୀ ଖୁବ୍ ଖାସ । ତେଣୁ ଆଜିକା ଦିନରେ ହନୁମାନଙ୍କର ସ୍ୱତନ୍ତ୍ର ପୂଜା କରାଯାଇଥାଏ । ମାନ୍ୟତା ରହିଛି ଏପରି କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଏଥର ହନୁମାନ ଜୟନ୍ତୀ ମଙ୍ଗଳବାର ଦିନ ପଡୁଛି ଏବଂ ହନୁମାନ ମଙ୍ଗଳବାର ଦିନ ଜନ୍ମ ହୋଇଛନ୍ତି, ତେଣୁ ଆଜିର ଦିନ ଖୁବ୍ ଖାସ ।

ବିଶ୍ୱାସ ରହିଛି ଯେ, ହନୁମାନଙ୍କ ନାଁ ଧରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ବିନାଶ ଘଟିବା ସହ ସୁଖ, ସମୃଦ୍ଧି, ଭୟ ଦୂର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ହନୁମାନଜୀଙ୍କ ଆଶୀର୍ବାଦ ପାଇବା ପାଇଁ କ'ଣ କରିବା ଉଚିତ । ହନୁମାନ ଜୟନ୍ତୀ ଦିନ ଭକ୍ତମାନେ ଭଗବାନ ହନୁମାନଙ୍କର ଆଶିର୍ବାଦ ପ୍ରାପ୍ତ କରିବା ପାଇଁ ହେଲେ ଜସ୍ମିନ୍ ତେଲରେ ସିନ୍ଦୁର ମିସାଇ ହନୁମାନଙ୍କୁ ଅର୍ପଣ କରନ୍ତୁ ।

Hanuman Jayanti 2024

ନାଲି କପଡା ପିନ୍ଧାଇ, ଫୁଲରେ ହନୁମାନଙ୍କ ପ୍ରତିମାକୁ ସଜାନ୍ତୁ ।

ଦେଶୀ ଘିଅରେ ପ୍ରସ୍ତୁତ ହଲୱା ଅର୍ଥା ସୁଜି ପ୍ରସାଦ ଭାବେ ଅର୍ପଣ କରନ୍ତୁ । ମାନ୍ୟତା ରହିଛି ଏପରି କରିବା ଦ୍ୱାରା ସମସ୍ତ ଇଛା ପୂର୍ଣ୍ଣ ହୋଇଥାଏ ।

ଅସୁବିଧାରୁ ନିଜକୁ ରକ୍ଷା କରିବା ପାଇଁ ଏକ ହନୁମାନ ମନ୍ଦିରକୁ ଯାଇ ସେଠାରେ ୧୧ ଥର ହନୁମାନ ଚାଳିସାର ପାଠ କରନ୍ତୁ ।

ସମସ୍ତ ସ୍ଥାନରେ ବିଜୟ ହାସଲ କରିବାକୁ, ହନୁମାନ ମନ୍ଦିରର ଶିଖରରେ ଏକ ଲାଲ ରଙ୍ଗର ପତାକା ଲଗାନ୍ତୁ ।

ଧନ, ସମ୍ପତ୍ତି ଏବଂ ସୁଖ ପ୍ରାପ୍ତ କରିବାକୁ, ହନୁମାନଜୀଙ୍କୁ ମିଠା ପାନର ପ୍ରଦାନ କରନ୍ତୁ ।

ହନୁମାନ ମନ୍ଦିର ସଫା କରିବା ଦ୍ୱାରା ଗ୍ରହମାନଙ୍କର ଖରାପ ପ୍ରଭାବକୁ ଏଡାଯାଇପାରିବ ।

ଋଣରୁ ମୁକ୍ତି ପାଇବା ପାଇଁ ହନୁମାନ ମନ୍ଦିରରେ ୧.୨୫ କିଲୋଗ୍ରାମ ଲାଲ୍ ମସୁର ଡାଲି ଦିଅନ୍ତୁ ।

ରୋଗରୁ ମୁକ୍ତି ପାଇବା ପାଇଁ ହନୁମାନଙ୍କ ବାମ ପାଦରୁ ସିନ୍ଦୁର ନେଇ ନିଜ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଲଗାନ୍ତୁ ।

ହନୁମାନ ଜୟନ୍ତୀରେ ମାଙ୍କଡମାନଙ୍କୁ ଚଣା ଖାଇବାକୁ ଦେବା ଶୁଭ ବିବେଚନା କରାଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+