ଭାରତର ପୁରୁଷ ଏବଂ ମହିଳା ହକି ଦଳ ପାଇଁ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସ୍ମରଣିକା
ନିକଟରେ ସମାପ୍ତ ହୋଇଥିବା ଟୋକିଓ ଅଲମ୍ପିକ୍ସ କ୍ରୀଡା ମହାକୁମ୍ଭରେ ଭାରତୀୟ ହକି (ଉଭୟ ପୁରୁଷ ଓ ମହିଳା) ଦଳର ଉଲ୍ଲେଖନୀୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଓଡିଶାର କାରିଗର ଏବଂ ବୁଣାକାରମାନେ ସ୍ୱତନ୍ତ୍ର ହସ୍ତଶିଳ୍ପ ଏବଂ ହସ୍ତତନ୍ତର ଉତ୍ପାଦ ପ୍ରସ୍ତୁତ କରିଥିଲେ ।
ଭୁବନେଶ୍ୱର: ନିକଟରେ ସମାପ୍ତ ହୋଇଥିବା ଟୋକିଓ ଅଲମ୍ପିକ୍ସ କ୍ରୀଡା ମହାକୁମ୍ଭରେ ଭାରତୀୟ ହକି (ଉଭୟ ପୁରୁଷ ଓ ମହିଳା) ଦଳର ଉଲ୍ଲେଖନୀୟ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଓଡିଶାର କାରିଗର ଏବଂ ବୁଣାକାରମାନେ ସ୍ୱତନ୍ତ୍ର ହସ୍ତଶିଳ୍ପ ଏବଂ ହସ୍ତତନ୍ତର ଉତ୍ପାଦ ପ୍ରସ୍ତୁତ କରିଥିଲେ । ଆଜି ସନ୍ଧ୍ୟାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳୀମାନଙ୍କୁ ଅଭିନନ୍ଦନ ସ୍ୱରୂପ ବିଶେଷ ରୂପେ ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦଗୁଡ଼ିକୁ ପ୍ରଦାନ କରିଥିଲେ ।

ଟୋକିଓ ଅଲମ୍ପିକ୍ସରେ ଉଭୟ ହକି ଦଳର ପ୍ରଦର୍ଶନ ଦେଶବାସୀଙ୍କୁ ଆନନ୍ଦିତ କରିଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟର କାରିଗର ଏବଂ ବୁଣାକାରମାନେ ରୂପା ତାରକସିରେ ହୋଇଥିବା ଅଲମ୍ପିକ ବୃତ୍ତ ଏବଂ ଓଡିଶା ବାନ୍ଧ କାମ ପ୍ରସ୍ତୁତ ଉତ୍ତରୀୟରେ ସ୍ମରଣିକାମାନ ପ୍ରସ୍ତୁତ କରିଥିଲେ । ଓଡିଶାର କଟକ ଜିଲ୍ଲା ତାରକସି କାର୍ଯ୍ୟ ପାଇଁ ଆଜି ଭାରତର ସର୍ବୋତ୍ତମ କେନ୍ଦ୍ରସ୍ଥଳୀ ପାଲଟିଛି । ତାରକସି ଭାବରେ ବେଶ ଜଣାଶୁଣା ଥିବା ଏହି ଶିଳ୍ପ ଏକ ପ୍ରାଚୀନ କଳା ଅଟେ ଯାହା ସୂକ୍ଷ୍ମ ଧାତୁ ତାର ବ୍ୟବହାର କରି ଅଳଙ୍କାରମାନ ପ୍ରସ୍ତୁତ ହୋଇଥାଏ । କଟକ ଜିଲ୍ଲାରେ ଶତାଦ୍ଦୀ ଧରି ଅଭ୍ୟାସ ହୋଇ ଆସୁଥିବା ଏହି ତାରକସି କାରିଗରମାନେ ଅଲମ୍ପିକ ବୃତ୍ତକୁ ରୂପାର ତାରକସି ଶିଳ୍ପରେ ରୂପାଙ୍କନ କରିଥିଲେ । କଟକର ଏହି ରୂପା ତାରକସି କାମ ପାଇଁ ଭୌଗୋଳିକ ସଂକେତ (ଐଔ)ର ସ୍ୱୀକୃତି ଖୁବ ଶ୍ରୀଘ ହାସଲ ପାଇଁ ପ୍ରଚେଷ୍ଟା ଜାରି ରହିଛି ।
ପଶ୍ଚିମ ଓଡିଶାରେ ଥିବା ବୁଣାକାରମାନେ ସୂତା ଏବଂ ତୁତ ପାଟ୍ଟର ଉତ୍ତରୀୟକୁ ଭାରତର ଜାତୀୟ ପତାକାରେ ଥିବା ରଙ୍ଗକୁ ବ୍ୟବହାର କରି ଅଲମ୍ପିକର ବତ୍ତୃ ଏବଂ ନୀଳ ରଙ୍ଗ ବ୍ୟବହାର କରି ହକି ବାଡି ସହିତ ରୂପାଙ୍କନ କରିଥିଲେ । ଏହି ଉତ୍ତରୀୟ ବର୍ଷ ବର୍ଷ ଧରି କରାଯାଉଥିବା ପୁରୁଣା ଇକତ/ବାନ୍ଧ ପ୍ରଣାଳୀରେ ତିଆରି ହୋଇଛି । ଯାହାକୁ ଓଡିଶାର ଭୌଗଳିକ ସଂକେତ ଭାବରେ ସ୍ୱୀକୃତ କରାଯାଇଛି ।
କାରିଗର ଏବଂ ବୁଣାକାର ମାନେ ଦିନତମାମ ବହୁଶ୍ରମ ଦାନ କରି କାମଟିକୁ ର୍ନିଦ୍ଦିଷ୍ଟ ସମୟସୀମାରେ ଉତ୍ପାଦଗୁଡିକ ୧୭ ଅଗଷ୍ଟ,୨୦୨୧ର ଉତ୍ସବ ଭିତରେ ଶେଷ କରିପାରିଛନ୍ତି । ଦେଶରେ ହସ୍ତଶିଳ୍ପ ପାଇଁ ପ୍ରଥମ ଉତ୍କର୍ଷ କେନ୍ଦ୍ର ଭାବରେ ପରିଚିତ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ଥ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନର ମାର୍ଗଦର୍ଶନରେ କଳାଭୂମି-ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ଦ୍ୱାରା ଏହି ସ୍ୱତନ୍ତ୍ର ଉତ୍ପାଦଗୁଡିକ ରୂପାଙ୍କନ କରାଯାଇଅଛି । ସମ୍ବଲପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ଦ୍ୱାରା ପ୍ରସ୍ତୁତ କରାଯାଇଛି । ରାଜ୍ୟର ବୁଣାକାର ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଉତ୍ପାଦଗୁଡିକ ଭାରତର ହକି ଖେଳାଳୀମାନଙ୍କୁ ଅଲମ୍ପିକ ଗେମ୍ସ ଟୋକିଓ ୨୦୨୦ର ସଫଳତାର ସ୍ମୃତିକୁ ଉଜ୍ଜୀବିତ ରଖିବାରେ ସଫଳ ହେବ ।












Click it and Unblock the Notifications