ଖରାଦିନ ଆରମ୍ଭରୁ ଜଳୁଛି ଓଡ଼ିଶାର ଅଧା ଜଙ୍ଗଲ; ରାଉରକେଲା ସର୍କଲରେ ସର୍ବାଧିକ ୨୮୩୫ଟି ସ୍ଥାନରେ ନିଆଁ

ବନାଗ୍ନିକୁ ନେଇ ଏବେ ଚିନ୍ତା । ଖରାଦିନ ଆରମ୍ଭରୁ ଏବେ ଓଡ଼ିଶାର ଅଧା ଜଙ୍ଗଲ ଜଳୁଛି। ଚଳିତବର୍ଷ ଜାନୁଆରୀ ୧ରୁ ଫେବୃଆରୀ ୨୮ ମଧ୍ୟରେ ୩,୧୦୭ଟି ସ୍ଥାନରେ ନିଆଁ ଲାଗିଥିଲା। ତେବେ ଚଳିତ ମାସର ମାତ୍ର ୧୩ଦିନରେ ୧୦,୦୫୬ଟି ସ୍ଥାନରେ ନିଅଁା ଲାଗିଥିବାବେଳେ କେବଳ ଦିନକରେ ଅର୍ଥାତ୍‌ ମାର୍ଚ୍ଚ ୧୩ ଗୁରୁବାରରେ ରାଜ୍ୟର ବିଭିନ୍ନ ଜଙ୍ଗଲର ୧୨୮୨ଟି ସ୍ଥାନରେ ନିଅଁା ଲାଗିଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜାନୁଆରୀ ୧ରୁ ମାର୍ଚ୍ଚ ୧୩ ମଧ୍ୟରେ ୧୩,୧୬୩ଟି ସ୍ଥାନରେ ନିଅଁା ଲାଗିଛି।

ରାଉରକେଲା ସର୍କଲରେ ସର୍ବାଧିକ ୨୮୩୫ଟି ସ୍ଥାନରେ ନିଅଁା ଲାଗିଥିବାବେଳେ ସମ୍ବଲପୁର ସର୍କଲର ୨୭୫୦ଟି ସ୍ଥାନରେ, ଭବାନୀପାଟଣା ସର୍କଲର ୨୬୪୭ଟି ସ୍ଥାନରେ, କୋରାପୁଟ ସର୍କଲର ୨୪୫୮ଟି ସ୍ଥାନରେ, ବ୍ରହ୍ମପୁର ସର୍କଲର ୧୩୨୫ଟି ସ୍ଥାନରେ, ଅନୁଗୋଳ ସର୍କଲର ୫୫୩ଟି ସ୍ଥାନରେ, ବାରିପଦା ସର୍କଲର ୫୦୪ଟି ସ୍ଥାନ ଏବଂ ଭୁବନେଶ୍ୱର ସର୍କଲର ୯୧ଟି ସ୍ଥାନରେ ନିଅଁା ଲାଗିଛି। ଏହାକୁ ଆୟତ୍ତ କରିବାକୁ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡୁଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

summer

୨୦୨୩ରେ ରାଜ୍ୟରେ ଥିବା ବିଭିନ୍ନ ଜଙ୍ଗଲରେ ୩୬,୭୧୩ଟି ସ୍ଥାନରେ ନିଅଁା ଲାଗିଥିବାବେଳେ ୨୦୨୪ରେ ୨୨,୮୬୮ଟି ଫାୟାର ପଏଣ୍ଟ ଚିହ୍ନଟ ହୋଇଥିଲା। ୨୦୨୩ ଅନୁପାତରେ ଗତବର୍ଷ ରାଜ୍ୟରେ କମ୍‌ ନିଅଁା ଲାଗିଥିଲେ ହେଁ ଚଳିତବର୍ଷ ଏହାକୁ ଆହୁରି କମାଇବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମାତ୍ର ଚଳିତ ବର୍ଷ ଆରମ୍ଭରୁ ହିଁ ଏହି ସଂଖ୍ୟା ୧୩ହଜାର ପାର୍‌ କରି ସାରିଲାଣି। ତେଣୁ ଜୁନ୍‌ ବେଳକୁ ଫାୟାର ପଏଣ୍ଟ ସଂଖ୍ୟା ଗତବର୍ଷକୁ ଟପିଯିବ ବୋଲି ଆକଳନ କରାଯାଉଛି।

ଅପରପକ୍ଷେ ଜଙ୍ଗଲ ନିଅଁାକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଯଥେଷ୍ଟ ହୋଇପାରୁ ନାହିଁ। ଫାୟାର ଆକ୍ସନ ପ୍ଲାନ୍‌, ଫାୟାର ଲାଇନ୍‌ କିମ୍ବା ସଚେତନତାରେ ଶତପ୍ରତିଶତ ସଫଳତା ମିଳିପାରୁନାହିଁ। ସେହିପରି ଏଫ୍‌ଏସ୍‌ଆଇ ପକ୍ଷରୁ ୨୦୦୪ରୁ ସାଟେଲାଇଟ୍‌ ଜରିଆରେ ନିଅଁା ଲାଗିଥିବା ସ୍ଥାନ ଚିହ୍ନଟ କରାଯାଉଛି। ଏସ୍‌ଏନ୍‌ପିପି ଏବଂ ଏମ୍‌ଓଡିଆଇଏସ୍‌ (ମୋଡିସ୍‌) ସାଟେଲାଇଟ୍‌ ମାଧ୍ୟମରେ ଜଙ୍ଗଲର ଯେଉଁ ସ୍ଥାନରେ ନିଅଁା ଲାଗିଥାଏ, ତାହାର ଫଟୋ ବନ ବିଭାଗ ପାଖକୁ ଆସିଥାଏ।

ଏହି ସାଟେଲାଇଟ୍‌ ଦିନରେ ୪ଥର ଅର୍ଥାତ୍‌ ପୂର୍ବାହ୍ନ ୧୦ଟା, ଅପରାହ୍ନ ୧ଟା, ରାତି ୧୦ଟା ଏବଂ ରାତି ୧ଟାରେ ଫଟୋ ପଠାଇଥାଏ। ମାତ୍ର ସାଟେଲାଇଟ୍‌ରୁ ଫଟୋ ପାଇ ଲିଭାଇବାକୁ ଗଲା ବେଳକୁ ନିଆଁ ବ୍ୟାପିଯାଏ। ଫଳରେ ଏହାକୁ ଆୟତ୍ତ କରିବା ବିଭାଗ ପାଇଁ କଷ୍ଟକର ହୋଇଥାଏ। ସେହିପରି କନ୍ଧମାଳ, ରାୟଗଡ଼ା ଏବଂ ପାରଳାଖେମୁଣ୍ଡି ଆଦି ଅଞ୍ଚଳର ଅଧିବାସୀମାନେ ପୋଡ଼ୁ ଚାଷ ଉପରେ ନିର୍ଭର କରନ୍ତି। ତେଣୁ ଚାଷ ପାଇଁ ନିଆଁ ଲଗାଇବା ସମୟରେ ଏହା ବିଭିନ୍ନ ଅଞ୍ଚଳ ସମେତ ଜଙ୍ଗଲକୁ ବ୍ୟାପି ଯାଇଥାଏ। ଫଳରେ ଏସବୁ ଜିଲାରେ ଥିବା ଜଙ୍ଗଲରେ ଅଧିକାଂଶ ସମୟରେ ନିଆଁ ଲାଗିଥାଏ। ତେଣୁ ଏସବୁ ଅଞ୍ଚଳର ଲୋକଙ୍କୁ ଅଧିକ ସଚେତନ କରାଯିବାର ଆବଶ୍ୟକତା ରହିଛି।

ସାତକୋଶିଆ, ଢେଙ୍କାନାଳର ହିନ୍ଦୋଳ, ଅନୁଗୋଳର ବନ୍ତଳା, ଡେବ୍ରିଗଡ଼ ଭଳି ଜଙ୍ଗଲରେ ଏଆଇ କ୍ୟାମେରା ଲାଗିବା ନେଇ ପ୍ରସ୍ତାବ ରହିଥିଲା। ମାତ୍ର ଆଜିଯାଏ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏଆଇ କ୍ୟାମେରା ଲାଗିଲେ ଜଙ୍ଗଲ ନିଆଁ ସମେତ ଜୀବଜନ୍ତୁ ଶିକାର, ଶିକାରୀଙ୍କ ଗତିବିଧି ଏବଂ ଅନ୍ୟାନ୍ୟ ଦିଗ ଉପରେ ନଜର ରଖିହେବ। ମାତ୍ର ବନ ବିଭାଗ ଏ ଦିଗରେ ଯଥେଷ୍ଟ ଧ୍ୟାନ ଦେଉନାହିଁ। ଶିମିଳିପାଳ ଜଙ୍ଗଲ ଭଳି ବାରମ୍ବାର ନିଅଁା ଲାଗୁଥିବା ଜଙ୍ଗଲଗୁଡ଼ିକରେ ଏଆଇ କ୍ୟାମେରା ଲଗାଗଲେ ନିଆଁ ଆୟତ୍ତ କରିବାରେ ସକ୍ଷମ ହେବ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+