ହକି ବିଶ୍ୱକପ ପାଇଁ କାଲି ସାରା ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି

ବୁଧବାର ସାରା ରାଜ୍ୟରେ ସ୍କୁଲ ଛୁଟି । ହକି ବିଶ୍ୱକପ ପାଇଁ ଆସନ୍ତାକାଲି ରାଜ୍ୟ ତମାମ୍ ଦିନ ୧ଟାରୁ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ।

ଭୁବନେଶ୍ୱର: ବୁଧବାର ସାରା ରାଜ୍ୟରେ ସ୍କୁଲ ଛୁଟି । ହକି ବିଶ୍ୱକପ ପାଇଁ ଆସନ୍ତାକାଲି ରାଜ୍ୟ ତମାମ୍ ଦିନ ୧ଟାରୁ ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ।

Hockey World Cup Opening Ceremony

ପୂର୍ବରୁ କେବଳ କଟକ ଜିଲ୍ଲା ପାଇଁ ଦିନ ଦୁଇଟାରୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା ହୋଇଥିବା ବେଳେ ଏବେ ସାରା ରାଜ୍ୟରେ ଦିନ ଗୋଟାଏରୁ ସ୍କୁଲ ଛୁଟି ହେବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ପିଲାମାନେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବାକୁ ସ୍କୁଲ ଛୁଟି କରାଯାଇଥିବା କୁହାଯାଇଛି ।

ଉଲ୍ଲେଖଥାଉ କି, ବିଶ୍ୱକପ ହକି ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ। ଏଥିପାଇଁ ବୁଧବାର କଟକ ବାରବାଟି ଷ୍ଟାଡିୟମରେ ଉଦଘାଟନୀର ପର୍ବ ଆୟୋଜନ ହେବ । ଉଦଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନି । ତାଙ୍କ ସାଙ୍ଗକୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକରେ ଝୁମିବେ ଦର୍ଶକ।

ସେଥିପାଇଁ ବ୍ୟାପକ ସୁରରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିନ ସାଢ଼େ ୧୨ଟାରୁ କଟକ ସହରର ବିଭିନ୍ନ ଅଂଚଳରେ ଟ୍ରାଫିକ କଟକଣା ଲାଗୁ ହେବ। ଯାହା ଉଦଘାଟନୀ ସମାରୋହ ଶେଷ ପର୍ଯ୍ୟନ୍ତ ବଳତ୍ତର ରହିବ ବୋଲି ଜଣାପଡ଼ିଛି।

ଉଦଘାଟନୀ ଉତ୍ସବ ବେଳେ ଷ୍ଟାଡିୟମ୍ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟ୍‌ନ୍ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବା ପାଇଁ ୪୦ ଜଣ ଡିଏସପି ସ୍ତରୀୟ ଅଧିକାରୀ, ୫୫ ଜଣ ଇନ୍ସପେକ୍ଟର ସ୍ତରୀୟ ଅଧିକାରୀ, ୩୦୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସମେତ ୮୪ ଜଣ ହାବିଲଦାର, ୩୦୦ରୁ ଅଧିକ କନଷ୍ଟେବଳ, ୫୦୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଉଛି ।

ସେହିପରି ହକି ବିଶ୍ୱକପକୁ ନେଇ କଟକ ବାଲିଯାତ୍ରା ପଡିଆରେ ଏକ ବିଶାଳକାୟ ବାଲୁକା କଳା ତିଆରି କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୧୦୦ଫୁଟ ଲମ୍ବର ହକି ଷ୍ଟିକ୍ ତିଆରି ପାଇଁ ୫ ହଜାର ବଲ୍ ବ୍ୟବହାର କରାଯାଇଛି ।

ଅନ୍ୟପଟେ ବିଶ୍ୱକପ ହକିକୁ ଦେଖି ରାଉରକେଲା ଓ ଭୁବନେଶ୍ୱରରେ କୋଭିଡ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି । ମୋବାଇଲ ହେଲଥ ୟୁନିଟ, ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ କରାଯିବା ସହିତ ଇମରଜେନ୍ସି ଆମ୍ବୁଲାନ୍ସ ସେବା କରାଯାଇଛି । ହକି ବିଶ୍ୱକପ ପାଇଁ ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ନବ ଦାସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+