କାର୍ତ୍ତିକ ବ୍ରତ: ଆଜି ଠାରୁ ପଞ୍ଜିକରଣ କରିପାରିବେ ହବିଷ୍ୟାଳି
ପୁରୀ: ଧର୍ମ ମାସ କାର୍ତ୍ତିକ ବ୍ରତ ପାଳନ ନେଇ ପୁରୀ ଶ୍ରୀମନ୍ଦିର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହବିଷ୍ୟାଳି ମାନେ ପୁରୀରେ ମାଗଣାରେ ହବିଷ ବ୍ରତ କରିପାରିବେ । ଏ ନେଇ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଜିକରଣ ।

ସରକାରଙ୍କ ଯୋଜନାରେ କାର୍ତ୍ତିକରେ ଯେଉଁ ହବିଷ୍ୟାଳି ମାନେ ସାମିଲ୍ ହୋଇ ପୁରୀ ଆସି ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବା ପାଇଁ ଚାହୁଁଥିବେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଅକ୍ଟୋବର ୧୧ ତାରିଖ ଅଥବା ଧାର୍ଯ୍ୟ ଲକ୍ଷ ପୂରଣ ପର୍ଯ୍ୟନ୍ତ ଜାରି ରହିବ ।
ଏଥର ପ୍ରାୟ ଅଢେଇ ହଜାର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଧର୍ମ ମାସ କାର୍ତ୍ତିକ ବ୍ରତ ପାଳନ ନେଇ ପୁରୀ ଶ୍ରୀମନ୍ଦିର ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହବିଷ୍ୟାଳି ମାନେ ପୁରୀରେ ମାଗଣାରେ ହବିଷ ବ୍ରତ କରିପାରିବେ । ଏ ନେଇ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଜିକରଣ ।












Click it and Unblock the Notifications