ହବିଷ୍ୟାଳି ଗାଇଲେ 'ନବୀନ ଭଜନ', ବ୍ରହ୍ମା-ବିଷ୍ଣୁ-ହରଙ୍କ ସହ କଲେ ତୁଳନା

କାର୍ତ୍ତିକ ମାସରେ ଭଗବାନଙ୍କ ଭଜନ କିର୍ତ୍ତନ ବଦଳରେ ହବିଷ୍ୟାଳି ଗାଇଲେ ନବୀନ ଭଜନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ହବିଷ୍ୟାଳିମାନେ ଭଜନ ଗାନ କରିଛନ୍ତି ।

ଭୁବନେଶ୍ୱର: କାର୍ତ୍ତିକ ମାସରେ ଭଗବାନଙ୍କ ଭଜନ କିର୍ତ୍ତନ ବଦଳରେ ହବିଷ୍ୟାଳି ଗାଇଲେ ନବୀନ ଭଜନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ହବିଷ୍ୟାଳିମାନେ ଭଜନ ଗାନ କରିଛନ୍ତି । ହବିଷ୍ୟାଳିଙ୍କ ପାଇଁ ହୋଇଥିବା ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ପୁରୀ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ଉପସ୍ଥିତ ଥିବାବେଳେ ହବିଷ୍ୟାଳିମାନେ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଭଜନ ଗାଇଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ବୃଦ୍ଧାଙ୍କର ଗଳା ମାଳି, ନବୀନ କରୁଣା ସାଗର ବୋଲି ଅଭିହିତ କରିଥିଲେ। ନବୀନ ସରକାରଙ୍କୁ ବ୍ରହ୍ମା, ବିଷ୍ଣୁ, ହରଙ୍କ ସହ ତୁଳନା କରିବା ସହିତ ଧନ୍ୟ ଧନ୍ୟ ବୋଲି କହିଥିଲେ ହବିଷ୍ୟାଳି ।

Naveen Bhajan

ଗତକାଲି ପୁରୀରେ ହବିଷ୍ୟାଳିଙ୍କୁ ଶାଲ ବଣ୍ଟନ କରାଯାଇଥିଲା। ବୃନ୍ଦାବତୀ ନିବାସ ସମେତ ସମସ୍ତ ପାଞ୍ଚଟି କେନ୍ଦ୍ରରେ ଜିଲ୍ଲାପାଳ ସମର୍ଥ ବର୍ମା ସକାଳୁ ହବିଷ୍ୟାଳିଙ୍କୁ ଶାଲ୍ ବଣ୍ଟନ କରିଥିଲେ । ଚଳିତ ବର୍ଷ ହବିଷ୍ୟାଳି କେନ୍ଦ୍ରର ଉଦଘାଟନ ବେଳେ ହବିଷ୍ୟାଳିଙ୍କୁ ଶାଲ୍ ବଣ୍ଟାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ସେହି ଅନୁସାରେ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚି ସାହି କଲ୍ୟାଣ ମଣ୍ଡପରେ ରହୁଥିବା ହବିଷ୍ୟାଳିମାନଙ୍କୁ ପୁରୀ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଶାଲ ପ୍ରଦାନ କରିଥିଲେ। ସମସ୍ତଙ୍କ ଉପସ୍ଥିତିରେ ହବିଷ୍ୟାଳିନେ ନବୀନ ନାଁରେ ଭଜନ ଗାଇଥିଲେ । ହବିଷ୍ୟାଳିଙ୍କର ଏହି ଭଜନଙ୍କୁ ସମସ୍ତେ ଶୁଣିବା ସହ ତାଳି ମାରିଥିଲେ। ଏହି ଘଟଣା ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲିଟି ଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏହାକୁ ବିରୋଧ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+