Get Updates
Get notified of breaking news, exclusive insights, and must-see stories!

ମୋ ବସ୍ ଡ୍ରାଇଭରଙ୍କୁ ସିଧା ସିଧା ଶୁଣାଇଦେଲେ ମନ୍ତ୍ରୀ, କହିଲେ ଯାତ୍ରୀଙ୍କ ପ୍ରତି ...

ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍‌ଏବିଟି)ର ଅନୁଧ୍ୟାନ କରିଛନ୍ତି। ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଟର୍ମିନାଲରେ ଯାତ୍ରୀ ସେବା, ଭିତ୍ତିଭୂମି ଏବଂ ନିରାପତ୍ତା ବ୍ୟବସ୍ଥାର ଆକଳନ ଏବଂ ମାନ ପରଖିଥିଲେ।

ଯାତ୍ରୀମାନଙ୍କ ସହ ଆଲୋଚନା ବେଳେ ଡାକ୍ତର ମହାପାତ୍ର ଫୁଲବାଣୀ ଯିବାକୁ ଅପେକ୍ଷା କରିଥିବା ତିନି ଜଣ ଦୃଷ୍ଟିହୀନ ଯୁବତୀଙ୍କୁ ଭେଟିଥିଲେ। ସେ ବ୍ୟକ୍ତିଗତ ଭାବେ ଟିକେଟ୍ କିଣିବା ସହ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦେବା ଓ ସିଟ୍ ସଂରକ୍ଷଣ କରି ସେମାନଙ୍କ ସୁବିଧା ସୁନିଶ୍ଚିତ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

H amp amp UD Minister Dr Krushnachandra Mahapatra

ମନ୍ତ୍ରୀ ଟର୍ମିନାଲର ବସ୍ ୱେ, ପରିଚାଳନା ନିୟନ୍ତ୍ରଣ ସୁବିଧା ଏବଂ ପାନୀୟ ଜଳର ସୁବିଧା ଆଦିର ସମୀକ୍ଷା କରିଥିଲେ। ଆହାର କେନ୍ଦ୍ରରେ ପହଞ୍ଚି ମନ୍ତ୍ରୀ ସେଠାକାର ସ୍ୱଚ୍ଛତା ପରଖିଥିଲେ । 'ମୋ ବସ୍‌' ଡ୍ରାଇଭରଙ୍କ ସହ ଆଲୋଚନା ବେଳେ ଡାକ୍ତର ମହାପାତ୍ର ସେମାନଙ୍କୁ ସେବା ମନୋଭାବ ରଖିବାକୁ କହିଥିଲେ । ଏହା ସହ ଯାତ୍ରୀଙ୍କୁ ସମ୍ମାନ ,ସୁବିଧା ଓ ନିରାପତ୍ତାକୁ ପ୍ରାଥମିକତା ଦେବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+