୩୫ ଜାଗା ଆଖଡ଼ାରେ ପ୍ରତିଷ୍ଠା ହେବ ଜିମ୍‌ ହଲ୍; ଖର୍ଚ୍ଚ ହେବ ୮କୋଟି ୫୦ଲକ୍ଷ, କୁସ୍ତି ପାଇଁ ଦିଆଯିବ ରେସଲିଙ୍ଗ ମ୍ୟାଟ୍

ଜାଗା ଆଖଡ଼ାରେ କସରତ ପାଇଁ ପ୍ରସ୍ତୁତ ହେବ ଉନ୍ନତ ଭିତ୍ତିଭୂମି । ଆଖଡ଼ାରେ ପ୍ରତିଷ୍ଠା ହେବ ହେବ ଜିମ୍‌ ହଲ୍ । କୁସ୍ତି ପାଇଁ ଜାଗା ଘରକୁ ଯୋଗାଇ ଦିଆଯିବ ରେସଲିଙ୍ଗ ମ୍ୟାଟ୍‌ । ପୁରୀର ଜାଗା ଆଖଡ଼ା ସଂସ୍କୃତିକୁ ବଳିଷ୍ଠ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । କୁସ୍ତିର ସହର ପୁରୀରେ କିଛି ଜାଗାଘରକୁ ଯୋଗାଇ ଦିଆଯିବ ରେସଲିଙ୍ଗ ମ୍ୟାଟ ।

ଜାଗା ଘର ଭିତ୍ତିଭୂମି ସୁଦୃଢ଼ କରିବା ଉଦ୍ଦେଶ୍ୟ ନେଇ ସରକାରଙ୍କ ଉଦ୍ୟମରେ ଏଭଳି ପଦକ୍ଷେପ ନିଆଯାଇଛି। ମୋଟ ୩୫ଟି ଜାଗା ଆଖଡ଼ାରେ ଜିମ୍‌ ହଲ୍‌ ପ୍ରତିଷ୍ଠା କରାଯିବ। ଜିମ୍‌ ପ୍ରତିଷ୍ଠା ପାଇଁ ୮କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଜିମ୍‌ ମଧ୍ୟରେ ଆଧୁନିକ ସରଞ୍ଜାମ ଯୋଗାଇ ଦିଆଯିବ ।

ଜାଗା ଆଖଡ଼ା ଶ୍ରୀକ୍ଷେତ୍ର ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ଜାଗାଘରଗୁଡ଼ିକ ବହୁ ପ୍ରାଚୀନ ହୋଇଥିବାରୁ ସେଗୁଡ଼ିକର ମରାମତି ନିତାନ୍ତ ପ୍ରୟୋଜନ ଥିଲା। ତେଣୁ କିଛି ଜାଗା ଆଖଡ଼ାର ଭିତ୍ତିଭୂମି ସହ ପରିପାର୍ଶ୍ବକୁ ନୂଆ ରୂପ ଦିଆଯାଇଛି। ଏହି କ୍ରମରେ ଆଉ ୩୫ ଜାଗା ଘର ଯୋଡ଼ି ହୋଇଛି । ଏବେ ବି ପାରମ୍ପରିକ ସରଞ୍ଜାମରେ ଯୁବକମାନେ ବ୍ୟାୟାମ କରୁଛନ୍ତି ।

Gym hall

ଅନ୍ୟ ଜିମ୍‌ମାନଙ୍କରେ ଆଧୁନିକ ସରଞ୍ଜାମ ରହିଥିବାରୁ ବହୁ ଯୁବକ ଜାଗା ଆଖଡ଼ା ଛାଡ଼ି ଜିମ୍‌ ମୁହାଁ ହେଉଥିବାରୁ ଜିମ୍‌ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଜାଗା ଆଖଡ଼ାର ପିଲାମାନଙ୍କୁ ପୁଣି ଜାଗା ଆଖଡ଼ାମନସ୍କ କରିବା ଉଦ୍ଦେଶ୍ୟ ନେଇ ଜାଗା ଘରଗୁଡ଼ିକୁ ଆଧୁନିକ ଛାପ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୩୫ଟି ଜାଗା ଘରକୁ ଏଥିପାଇଁ ଚୟନ କରାଯାଇଛି। ଜିମ୍‌ ନିର୍ମିତ ହେବାକୁ ଥିବା ଜାଗା ଘରଗୁଡ଼ିକ ହେଲା, ମକରଧ୍ବଜ, ମାଜଣା, ହିଞ୍ଜଳ, ପଞ୍ଚାୟତ, ଗୁରୁଜଙ୍ଗ, ଦୁବେଇ, ଖୁଣ୍ଟିଆ, ଦୀକ୍ଷିତ ବଡ଼ପୋଖରୀ, ମଲ୍ଲୀଗଡ଼, ବଡ଼ୁମହାପାତ୍ର, ଚମ୍ପାଗଡ଼, ନୂଆତୋଟା, ଜଗୁ ତିଆଡ଼ି, ଅଡ଼ଗ ତିଆଡ଼ି, ଯମନଗଡ଼, ଖାସ, କୁସନ ଖୁଣ୍ଟିଆ, ମୁଦୁଲି, ଧ୍ବଜଗଡ଼, ଜମିଖୁଣ୍ଟିଆ, ବାରବାଟୀ, ନୃସିଂହବଲ୍ଲଭ, ଶଙ୍ଖକୋଟ, ତାପଙ୍ଗ, ସୁନ୍ଦରା, ଗଡ଼ମଲ୍ଲ, ରାଜବଲ୍ଲଭ, ବଡ଼ଆଖଡ଼ା, ପାଣ୍ଡ, ସାତବଖରା, ଭଟ୍ଟ, ରାହାସ ମହାନ୍ତି, ବିଶୁନି ଓ ଗୋପାଳବଲ୍ଲଭ ଜାଗା ।

କିମ୍ବଦନ୍ତୀ ମୁତାବକ, ରାମଚନ୍ଦ୍ର ଦେବଙ୍କ ସମୟରେ ଏହି ଜାଗା ଆଖଡ଼ା ଘର ସଂସ୍କୃତିର ବିରାଟ ବିଦ୍ୟାଳୟ ଭାବେ ପ୍ରତିଷ୍ଠିତ ହୋଇଥିଲା। ଗୀତ, ବାଦ୍ୟ, କୁସ୍ତି, ସଂସ୍କୃତ ଶ୍ଳୋକ ପାଠର ସ୍ଥଳ ଥିଲା ଜାଗା ଘର । ଦୂରଦୃଷ୍ଟି ସମ୍ପନ୍ନ ଗଙ୍ଗବଂଶୀୟ ରାଜାମାନଙ୍କ ଶାସନ କାଳରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ସୁରକ୍ଷା ଓ ନୀତି ପରିଚାଳନା ପାଇଁ କୋଟ, ଆଖଡ଼ା, ଜାଗା, ଗଡ଼ମାନ ପ୍ରତିଷ୍ଠା ହୋଇଥିଲା।

ସେଠାରେ ଶରୀର ଚର୍ଚ୍ଚା ସହ ଗାନ୍ଧର୍ବ କଳାର ଅଭ୍ୟାସ ହେଉଥିଲା। ମାତ୍ର ଧୀରେଧୀରେ ଗାନ୍ଧର୍ବ କଳା ବିଲୁପ୍ତ ହୋଇଯାଇଥିଲେ ମଧ୍ୟ କୁସ୍ତି ଓ କସରତ କଳା ଶିଖିବା ପାଇଁ ଏବେ ବି ବହୁ ଯୁବକଙ୍କର ଆଗମନ ହୁଏ। ତେଣୁ ଶ୍ରୀକ୍ଷେତ୍ରର ଐତିହ୍ୟ ଭାବେ ପରିଚିତ ଜାଗା ଆଖଡ଼ା ଘରକୁ ନୂଆ ଭାବେ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟ ନେଇ ଉନ୍ନତୀକରଣ କରାଯିବାକୁ ନିଷ୍ପତ୍ତି ହୋଇଛି।

ଏନେଇ ପୌରପାଳିକା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ କହିଛନ୍ତି, ମୋଟ ୩୫ଟା ଜାଗ ଆଖଡ଼ା ଘରେ ଜିମ୍‌ ହଲ୍‌ ପ୍ରତିଷ୍ଠା ହେବ ।

କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ। ପ୍ରତ୍ୟେକ ଜାଗା ଘର ପାଇଁ ପ୍ରାୟ ୨୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ଜିମ୍‌ ଗୃହ ନିର୍ମାଣ ପାଇଁ ପାଖାପାଖି ୧୦ଲକ୍ଷ, ଜିମ୍‌ ସରଞ୍ଜାମ ଯୋଗାଇ ଦେବା ଲାଗି ୧୦ଲକ୍ଷ ଟଙ୍କା ଏବଂ ରେସଲିଂ ମ୍ୟାଟ ଓ ଅନ୍ୟ ସରଞ୍ଜାମ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି। ଜିମ୍‌ ଘରର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ସମ୍ଭବତଃ ୨ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+