ଭେଣ୍ଡିଂ ଜୋନ୍ରେ ଗୁଟ୍ଖା ମନା, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ
ଓମ୍ଫେଡ ପାର୍ଲର, ଭେଣ୍ଡିଂ ଜୋନ୍ରେ ଗୁଟ୍ଖା ମନା । ସରକାରଙ୍କ ନିର୍ଦ୍ଦେଶ ପରେ ନୂଆ କଟକଣା ଜାରି କରିଛି ବିଏମିସି । ଖାସ୍ କରି ରାଜ୍ୟରେ ଗୁଟ୍ଖା ବିକ୍ରି କଟକଣା ଲାଗୁ ପରେ ତତ୍ପରତା ପ୍ରକାଶ ପାଇଛି । ମେୟରଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କର୍ପୋରେସନ ବୈଠକରେ ଗୁଟଖା ବିକ୍ରି ନିଷେଧ ଉପରେ ଆଲୋଚନା ହୋଇଥିଲା । ବିଏମ୍ସି ପକ୍ଷରୁ ସହରରେ ଏନ୍ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ ।

ବୈଠକରେ ଗୁଟଖା ବିକ୍ରି ଉପରେ କଟକଣାକୁ କଡ଼ାକଡ଼ି କରାଯିବା ଲାଗି ପ୍ରସ୍ତାବ ଆଗତ କରାଯାଇଥିଲା । ଏହା ଉପରେ କର୍ପୋରେସନ ମୋହର ବାଜିଛି । ବିଏମ୍ସି ସ୍ୱୀକୃତିପ୍ରାପ୍ତ ସମସ୍ତ ଓମ୍ଫେଡ୍ ପାର୍ଲର ଏବଂ ଭେଣ୍ଡିଂ ଜୋନ୍ରେ ଗୁଟ୍ଖା ବିକ୍ରିକୁ ନିଷେଧ କରାଯାଇଛି । ବିଏମ୍ସି ପକ୍ଷରୁ ଏନ୍ଫୋର୍ସମେଣ୍ଟ ଟିମ୍ ଏସବୁ ସ୍ଥାନରେ ଚଢ଼ଉ କରି ଯାଞ୍ଚ କରିବ ।
ରାଜଧାନୀର ୩ଟି ଜୋନାଲ ଅଧିକାରୀ ଏହାର ତଦାରଖ କରିବେ । ସେହିପରି ସହରର ସମସ୍ତ ଭେଣ୍ଡିଂ ଜୋନ୍ ଏବଂ ଓମ୍ଫେଡ ଷ୍ଟଲ, ପାନ ଦୋକାନକୁ ଏହି ପ୍ରବର୍ତ୍ତନକାରୀ ଦଳ ଯାଞ୍ଚ କରିବେ । ଯେଉଁ ଦୋକାନରୁ ଗୁଟ୍ଖା ବାହାରିବ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ । ଏହା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏପରିକି ବିଏମ୍ସି ଅଞ୍ଚଳ ଗୁଟଖା ପ୍ରଚାର ଲାଗି ଲଗାଯାଇଥିବା ହୋର୍ଡିଂଗୁଡ଼ିକୁ ହଟାଇ ଦିଆଯିବ । ଯଦି କୌଣସି ଏଜେନ୍ସି ଗୁଟ୍ଖା ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । ସେପଟେ ଯେଉଁମାନେ ଗୁଟ୍ଖା ଅଭ୍ୟସ୍ତ ସେମାନେ ଏବେ ଚିନ୍ତାରେ । କାରଣ ରାସ୍ତାକଡରେ ନମିଳିଲେ କେଉଁଠୁ ମିଳିବ ଗୁଟ୍ଖା ମିଳିବ ସେ ଟେନ୍ସନ୍ ବଢିଯାଇଛି ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହେଲେ ସୁଦର୍ଶନ ପଟ୍ଟନାୟକ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ମାର୍ଚ୍ଚ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ -
କାଲିଠୁ ମାଟ୍ରିକ୍ ଖାତାଦେଖା -
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ହୋହଲ୍ଲା , ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି -
ମାର୍ଚ୍ଚ ୨୨ ଯାଏ CPET ପରୀକ୍ଷା ଆବେଦନ ପାଇଁ ସମୟସୀମା ବୃଦ୍ଧି -
ଚାଲିପାରୁନି ବିଧାନସଭା, ଦିନ ୧ଟା ଯାଏଁ ଗୃହ ମୁଲତବି -
ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ମେଡିକାଲରେ ରୋଗୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ହୋହଲ୍ଲା -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବଢୁଛି ଯୁଦ୍ଧ, ଇରାନର ତୈଳ ଟାଙ୍କି ଉପରେ ଆମେରିକାର ଆକ୍ରମଣ -
ପଶ୍ଚିମ ଏସିଆ ପରିସ୍ଥିତି ନେଇ ଏହି ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ











Click it and Unblock the Notifications