ସୁରକ୍ଷାକର୍ମୀ -ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ; ଏନକାଉଣ୍ଟର ୭ ନକ୍ସଲ ମୃତ
ଛତିଶଗଡ-ଦନ୍ତେୱାଡା ଜିଲାର ସୀମାରେ ଗୁରୁବାର ସକାଳେ ସୁରକ୍ଷାକର୍ମୀ -ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ୭ ନକ୍ସଲ ନିହତ ହୋଇଥିବା ଖବର ମିଳିଛି ।

ସୂଚନାନୁଯାୟୀ, ନକ୍ସଲ ବିରୋଧୀ ଅପରେସନରେ ନାରାୟଣପୁର, ଦନ୍ତେୱାଡା, ଜଗଦଲପୁର ଆଦି ଅଞ୍ଚଳରେ ଡିଆରଜି ସହ ଏସଟିଏଫ-ସିଆରପିଏଫ ଟିମ୍ ଦକ୍ଷିଣ ଅବୁଝମାଡ ଜଙ୍ଗଲ କ୍ଷେତ୍ରରେ ଯାଇଥିଲେ । ଏଠାରେ ଗୁରୁବାର ସକାଳୁ ହିଁ ସୁରକ୍ଷାକର୍ମୀ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ନକ୍ସଲଙ୍କ ଗୁଳି ବିନିମୟ ପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ଚାଳନାରେ ୭ ନକ୍ସଲ ନିହତ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି ।
ଆବୁଜାମାଡରେ ବହୁ ସଂଖ୍ୟାରେ ନକ୍ସଲମାନଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଦାନ୍ତେୱାଡା ଏସପି ଗୌରବ ରାୟ କହିଛନ୍ତି ଯେ ଆବୁଜାମାଡର ଦକ୍ଷିଣ ଅଞ୍ଚଳରେ ପୂର୍ବ ବସ୍ତର ଡିଭିଜନ ଏବଂ ଇନ୍ଦ୍ରାବତୀ କ୍ଷେତ୍ର କମିଟିର ମାଓବାଦୀଙ୍କ ଉପସ୍ଥିତି ରହିଥିବା ଜଣାପଡ଼ିଥିଲା। ଏହି ସୂଚନା ଉପରେ ଏକ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ୍ କରାଯାଇଛି। ଏହି ଅପରେସନର ଏକ ଅଂଶ ଭାବରେ ନାରାୟଣପୁର, ଦାନ୍ତେୱାଡା, ବସ୍ତର ଏବଂ କୋଣ୍ଡାଗାଓଁ ଜିଲ୍ଲାର ଦିଆରଜି ଟିମ୍ ସହିତ ଏସ୍ଟିଫ ଏବଂ ସିଆରପିଏଫର ମିଳିତ ଦଳ ଗତ ଦୁଇ ଦିନ ତଳେ ଦକ୍ଷିଣ ଆବୁଜାମାଡ ଅଞ୍ଚଳକୁ ପଠାଯାଇଥିଲା।












Click it and Unblock the Notifications