ବିଧାୟକଙ୍କ ଅଫିସ ସାମ୍ନାରେ ଗୁଳି ମାଡ; ହିମାଂଶୁଙ୍କୁ କରାଯାଉଥିଲା କି ଟାର୍ଗେଟ ?
ବିଧାୟକଙ୍କ ଅଫିସ ସାମ୍ନାରେ ଗୁଳି ମାଡ । କେହି ଦୁର୍ବୁତ୍ତ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିବା ଜଣାପଡିଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କାର୍ଯ୍ୟାଳୟ ଆଗରେ ଫୁଟିଛି ଗୁଳି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଯାଜପୁର ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କୁମାରୀ ସ୍ଥିତ ଅଫିସ ସମୁଖରୁ ଦୁଇଟି ଖୋକା ଜବତ ହୋଇଛି । ଧର୍ମଶାଳା ପୋଲିସ ପହଞ୍ଚି ଦୁଇଟି ଖୋକା ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।
ଗତ ଅଗଷ୍ଟ ୨୫ ତାରିଖରେ ଧର୍ମଶାଳା ବିଜେଡିର କିଛି ନେତା ତଥା ଜିଲାପରିଷଦ ଜଳଧର ମହାନ୍ତି ଓ ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକ ବିଧାୟକଙ୍କ ଅଫିସ ପାଖକୁ ଆସି ବିଧାୟକଙ୍କ ସମର୍ଥକଙ୍କୁ ଧମକ ଚମକ ଦେବା ସହ ଫାଙ୍କା ଗୁଳି ଚାଳନା କରିଥିବା ହିମାଂଶୁଙ୍କ ସମର୍ଥକ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ମଙ୍ଗଳବାର ବିଧାୟକଙ୍କ ଅଫିସ ସମୁଖରୁ ଦୁଇଟି ଖୋକା ଜବତ କରିଛି ଧର୍ମଶାଳା ପୋଲିସ । ସେପଟେ ଅଭିଯୋଗକୁ ନେଇ ଜିଲାପରିଷଦ ତଥା ଧର୍ମଶାଳା ବ୍ଲକ ବିଜେଡି ସଭାପତି ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି ।

ବଡ କଥା ହେଉଛି ପ୍ରକୃତରେ କିଏ ଗୁଳି ମାଡ କରିଛି ଏବଂ ଟାର୍ଗେଟରେ କିଏ ଥିଲେ ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଧମକ ମିଳୁଥିବା ଅଭିଯୋଗ କରିଆସୁଥିଲେ । ବିଧାୟକ ହେବା ପୂର୍ବରୁ ବି ଧମକ ମିଳୁଥିବା କହିଛନ୍ତି ହିମାଂଶୁ ଶେଖର ସାହୁ ।












Click it and Unblock the Notifications