ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ
ଏୟାର ଏସିଆ ବିମାନରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଉଥିବା ଜଣେ ଯାତ୍ରୀଙ୍କ ପାଖରୁ ଏହି ବନ୍ଧୁକ ଜବତ ହୋଇଛି । ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାପୋର୍ଟ ଥାନାକୁ ହସ୍ତାନ୍ତର କରାଯାଇଛି।
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବନ୍ଧୁକ ଜବତ । ଏୟାର ଏସିଆ ବିମାନରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଉଥିବା ଜଣେ ଯାତ୍ରୀଙ୍କ ପାଖରୁ ଏହି ବନ୍ଧୁକ ଜବତ ହୋଇଛି । ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାପୋର୍ଟ ଥାନାକୁ ହସ୍ତାନ୍ତର କରାଯାଇଛି।

ଲଗେଜ ସ୍କାନର ବେଳେ ଦେଶୀ ବନ୍ଧୁକ ଜବତ କରିଥିଲା ଏୟାରପୋର୍ଟ ସିକ୍ୟୁରିଟି । ଯାତ୍ରୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ରାମଚନ୍ଦ୍ର ଜେନା । ରାମଚନ୍ଦ୍ରଙ୍କୁ ଅଟକ ରଖି ଏୟାରପୋର୍ଟ ଥାନା ପୋଲିସ ପଚରାଉଚରା କରିବା ପରେ ଗିରଫ ସୂଚନା ।
ସୂଚନଥାଉ ଏକଧିକ ବାର ଭୁବନେଶ୍ବର ବିମାନ ବନ୍ଦରରେ ସୁନା ବିସ୍କୁଟୁ ଓ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇଛି ।












Click it and Unblock the Notifications