କମିଶନରେଟ ପୋଲିସ ହାତରେ କୁଖ୍ୟାତ ବନ୍ଧୁକ ବେପାରୀ,ଜବତ ହେଲା ୧୦ଟି ବନ୍ଧୁକ
କମିଶନରେଟ ପୋଲିସ ହାତରେ କୁଖ୍ୟାତ ବନ୍ଧୁକ ବେପାରୀ ଶେଖ ନଦିମ । ପୂଜା ସମୟରେ ବଡ ଧରଣର ଅପରାଧ ପାଇଁ ହେଉଥିଲା ଷଡ଼୍ଯନ୍ତ୍ର । ରାଜଧାନୀରେ ଅପରାଧ କରିବାରେ ଏହି ବନ୍ଧୁକ ବ୍ୟବହାର ହୋଇଥାନ୍ତା । ହେଲେ ପୋଲିସ ହାତରେ ଧରାପଡିଯାଇଛି । ଜଗତସିଂହପୁର ଜିଲ୍ଲାର ନଦିମଠାରୁ ଜବତ ହୋଇଛି ୧୦ଟି ବନ୍ଧୁକ ଏବଂ କିଛି ଅଫୁଟା ଗୁଳି । ଅଟୋମେଟିକ ଓ ସେମି ଅଟୋମେଟିକ ବନ୍ଧୁକ ଜବତ ହୋଇଛି । ଜଗତସିଂହପୁର ଜିଲ୍ଲା କୃଷ୍ଣନନ୍ଦପୁର ଥାନା ଅଧୀନ ଇଟାଟିକିରି ଗାଁର ଶେଖ୍ ହାକିମଙ୍କ ପୁଅ ଶେଖ୍ ନଦିମଙ୍କୁ ଗିରଫ କରାଯାଇଛି । ୨୦୧୫ରେ ଏନକାଉଣ୍ଟରର ଶିକାର ହୋଇଥିଲା। ଅବୈଧ ଅସ୍ତ୍ର ବ୍ୟବସାୟକୁ ଲକ୍ଷ୍ୟ କରି ଏକ ସରଭିଲାନ୍ସ ଅପରେସନ୍ କରିଥିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ।

ଶେଖ୍ ନଦିମ ଦୀର୍ଘ ୧ ମାସ ଧରି ନିରୀକ୍ଷଣ ଅଧୀନରେ ଥିଲା । ସ୍ଥାନୀୟ ବ୍ୟବସାୟୀଙ୍କୁ ଆଧୁନିକ ଅସ୍ତ୍ର ବିକ୍ରି କରିବା ପାଇଁ ପ୍ରୟାସ କରୁଥିଲେ। ଶେଖ୍ ନଦିମ ୫ଟି ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡିତ ଥିବା ମଧ୍ୟ ପ୍ରାଥମିକ ଭାବେ ଚିହ୍ନଟ ହୋଇଛି । ଯାହାର ସତ୍ୟତା ଯାଞ୍ଚ ଚାଲିଛି।












Click it and Unblock the Notifications