ପୁଣି ମହାକୁମ୍ଭ ଯିବା ସମୟରେ ଘଟିଲା ଦୁର୍ଘଟଣା, ଚାଲିଗଲା ୪ ଜୀବନ
Road Accident: ପୁଣି ମହାକୁମ୍ଭ ଯିବା ସମୟରେ ଘଟିଲା ଦୁର୍ଘଟଣା । ଗୁଜୁରାଟରୁ ପ୍ରୟାଗରାଜ ମହାକୁମ୍ଭର ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ଟାଟା ୱିଙ୍ଗର ଟ୍ରାଭେଲର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାଭେଲର୍ ଏବଂ ଏକ ଟ୍ରକ୍ ମଧ୍ୟରେ ଧକା ହୋଇଥିଲା ଫଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା ।
ଯାତ୍ରୀବାହୀ ଗାଡ଼ିଟି ଟ୍ରକ୍ ପଛରେ ଠିଆ ହୋଇଥିବା ସମୟରେ ଟ୍ରକ୍ ସହିତ ଧକ୍କା ହୋଇଥିଲା ସମସ୍ତ ଆହତମାନଙ୍କୁ ଦାହୋଦ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜପଥ କର୍ତ୍ତୃପକ୍ଷ ଏବଂ ୧୦୮ ପୋଲିସ ଦଳ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ଯୋଗୁଁ ଶୋକର ଛାୟା ଖେଳିଯାଇଛି ।

ସେହିପରି ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୧୯ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଦୁର୍ଘଟଣାଟି ଶୁକ୍ରବାର ରାତିରେ ପ୍ରୟାଗରାଜ-ମିର୍ଜାପୁର ରାଜପଥରେ ଘଟିଛି। ଭକ୍ତମାନଙ୍କରେ ଭର୍ତ୍ତି ଏକ ବୋଲେରୋ କାର ଏବଂ ଏକ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।












Click it and Unblock the Notifications