ରାବଣପୋଡ଼ି ଓ ଭସାଣି ପାଇଁ ଜାରି ହେଲା ୨୮ ଗାଇଡଲାଇନ୍
ଭୁବନେଶ୍ୱର: ରାବଣପୋଡ଼ି ଓ ଭସାଣି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ୨୮ ଗାଇଡଲାଇନ୍ ଜାରି କରାଯାଇଛି । ରାବଣପୋଡ଼ି ପାଇଁ ରାଜଧାନୀରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦୦ ମିଟର ଜୋନ ମଧ୍ୟରେ କୌଣସି ଦର୍ଶକ ରହିବେ ନାହିଁ । କେବଳ ଲାଇସେନ୍ସ ପ୍ରାପ୍ତ ଦୋକାନୀଙ୍କ ଠାରୁ ବାଣ କିଣିବାର ଅନୁମତି ରହିଛି । ରାବଣ ପୋଡି ଅଞ୍ଚଳରେ ବାରିକେଡର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେହିପରି ଭସାଣି ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୩ଟି ଭସାଣି କମିଟି ପାଇଁ ସ୍ୱତନ୍ତ୍ର ରୁଟ୍ ଲାଇନ୍ ବ୍ୟବସ୍ଥା । ଟ୍ରାଫିକ ସମସ୍ୟା ନଉପୁଜିବା ପାଇଁ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଭସାଣି ଦାୟିତ୍ୱରେ ରହିବେ ୩ ଜଣ ଅତିରିକ୍ତ ଡିସିପି । ୬୫ ଡେସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଭୁବନେଶ୍ୱରରେ ୪ଟି ସ୍ଥାନରେ ରାବଣପୋଡି ପାଇଁ ଅନୁମତି ଦେଇଛି ଅଗ୍ନିସମ ବାହିନୀ । ରାଜଧାନୀର ବରମୁଣ୍ତା, ଝାରପଡ଼ା, କୋରଡକଣ୍ଟା ଓ ପାହାଳର ପୂଜା କମିଟିକୁ ଅନୁମତି ମିଳିଛି । କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ସ୍ଥାନ ପରିଦର୍ଶନ କରାଯିବା ନେଇ ସୂଚନା ରହିଛି ।












Click it and Unblock the Notifications