For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ଜାରି ହେଲା ଗାଇଡଲାଇନ୍

କରୋନା ପାଇଁ ସାରା ରାଜ୍ୟରେ କଟକଣାକୁ କଡାକଡି କରାଯାଇଛି। ସଂକ୍ରମଣ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି।

|

ଭୁବନେଶ୍ୱର: କରୋନା ପାଇଁ ସାରା ରାଜ୍ୟରେ କଟକଣାକୁ କଡାକଡି କରାଯାଇଛି। ସଂକ୍ରମଣ କମାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲ ପାଇଁ ନିୟମାବଳୀ ଜାରି ହୋଇଛି।

hospital

ମେଡିକାଲରେ ଯେପରି ସବୁ ପ୍ରକାରର ସଚେତନତା ରହିବ ସେନେଇ କଡା ତାଗିଦ୍ କରିଛନ୍ତି ସରକାର। ଗାଇଡ୍ ଲାଇନ୍ ଅନୁସାରେ ପ୍ରତ୍ୟେକ ହସ୍ପିଟାଲରେ ଜ୍ୱର ଏବଂ ଆଇସୋଲେସନ୍ କ୍ଲିନିକ୍ ସରକାର କରିବାକୁ ନିର୍ଦ୍ଦେଶ ହୋଇଛି। ଏଥିସହିତ ହସ୍ପିଟାଲକୁ ଆସୁଥିବା ସମସ୍ତ ଲୋକଙ୍କର ସ୍କ୍ରିନିଂ କରାଯିବ। ହାତଧୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାନିଟାଇଜର୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହସ୍ପିଟାଲର ଯଦି କୌଣସି ସେକ୍ସନରୁ ସଂକ୍ରମିତ ବାହାରନ୍ତି ତେବେ ତାକୁ ତୁରନ୍ତ ବନ୍ଦ କରାଯିବ। ସେହି ସେକ୍ସନରୁ ରୋଗୀଙ୍କୁ ଅଲଗା ସ୍ଥାନରେ ରଖିବାକୁ ବ୍ୟବସ୍ଥା କରାଯିବ ଏବଂ ରୁମକୁ ଖାଲି କରାଯିବ। ଏଥିସହିତ ଉକ୍ତ ରୁମକୁ ଖାଲି କରି ସାନିଟାଇଜ୍ କରାଯିବାର ୨୪ ଘଣ୍ଟା ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ରହିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Guidelines were issued for all hospitals in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X