ରାଜ୍ୟରେ ଅସହ୍ୟ ତାତି; ଗ୍ରୀଷ୍ମ ପ୍ରବାହ ମାର୍ଗଦର୍ଶିକା ଜାରି ,ବସ୍ରେ ଅଧିକ ଯାତ୍ରୀ ନେଲେ....
ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଡହ ଡହ ଖରାରେ ସିଜୁଛି ସାରା ଓଡିଶା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ଏହି ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗଦର୍ଶିକା ଅନୁଯାୟୀ, ସମସ୍ତ ବସରେ ରହିବ ପାନୀୟ ଜଳ ବ୍ୟବସ୍ଥା। ବରଫ ପ୍ୟାକ୍ ସହ ପ୍ରାଥମିକ ଚିକିତ୍ସା କିଟ୍ ମଧ୍ୟ ରହିବ। ଓଆରଏସ ମଧ୍ୟ ବସରେ ରଖାଯିବ। ବସ୍ଷ୍ଟପ୍ରେ ପର୍ଯ୍ୟାପ୍ତ ବିଶ୍ରାମ ସ୍ଥାନ ଯୋଗାଇ ଦିଆଯିବ।

ଯଦି କୌଣସି ବସ୍ ଡ୍ରାଇଭର ଅଧିକ ଯାତ୍ରୀ ନେଲେ ତା' ବିରୋଧରେ ଦୃଢ ପଦକ୍ଷେପ ନିଆଯିବ। ଯାତ୍ରୀଙ୍କ ପାଇଁ ରାଜପଥରେ କିଓସ୍କୋ ସ୍ଥାପନ କରାଯିବ। ଓଭରଲୋଡିଂ, ଛାତରେ ଯାତ୍ରାକଲେ ଜରିମାନା ଆଦାୟ ହେବ। ଖରା ପାଇଁ ଆରଟିଓ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ।












Click it and Unblock the Notifications