ନୂଆବର୍ଷ ପାଇଁ ଗାଇଡଲାଇନ; ଜମିବ ଜିରୋ ନାଇଟ୍ ସେଲିବ୍ରେସନ୍, ରାତି ୧୨ଟା ୩୦ ପର୍ଯ୍ୟନ୍ତ ଖୋଲିବ ହୋଟେଲ୍ ଓ ବାର୍
ଭୁବନେଶ୍ଵର: ସେଥିପାଇଁ ସ୍ଵତନ୍ତ୍ର ଅନୁମତି ନେବାକୁ ପଡିବ । ହୋଟେଲ ଏବଂ ବାର ପକ୍ଷରୁ ପାର୍କିଂ ପାଇଁ ସ୍ଵତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା ରହିବ । ଆସୁଥିବା ଗ୍ରାହକ ମାତ୍ରାଧିକ ମଦ୍ୟପାନ ପ୍ରତି ଧ୍ୟାନ ଦେବେ ହୋଟେଲ୍ ଓ ବାର୍ କର୍ତ୍ତୃପକ୍ଷ ।
ଏଥର ନୂଆ ବର୍ଷରେ ରାଜଧାନୀରେ ଅଧିକ ମଦ୍ୟପାନ କରି ପାରିପାରିବେ ନାହିଁ । ଆଜି ହୋଟେଲ ଓ ବାର୍ ମାଲିକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଛି । ନୂଆ ବର୍ଷ ପାଇଁ ତାର ଗାଇଡ ଲାଇନ ଜାରି କରିଛି କମିଶନରେଟ୍ ପୁଲିସ ।
ନୂଆ ବର୍ଷକୁ ଧୁମଧାମରେ ପାଳିବା ଏବଂ ଏହାକୁ ସ୍ମରଣୀୟ କରିବା ପାଇଁ ଯୁବ ପିଢିଙ୍କ ମଧ୍ୟରେ ନାହିଁ ଉତ୍ସାହ ଦେଖିବାକୁ ମିଳେ । ସେଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଇଁ କଟକଣା ଲାଗୁ କରିଛି କମିଶନରେଟ ପୋଲିସ । ବାର୍ ଓ ହୋଟେଲ ମାଲିକ ମାନଙ୍କୁ ନେଇ ଡିସିପି ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି ।

ତେବେ ଯଦି ହୋଟେଲ୍ କିମ୍ବା ବାର୍ ମାଲିକ ମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବେ । ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ। ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ ।












Click it and Unblock the Notifications