ପଞ୍ଚାୟତ ନିର୍ବାଚନ ପାଇଁ ଜାରି ହେଲା ଗାଇଡଲାଇନ: ଜାଣନ୍ତୁ, କେମିତି ପ୍ରଚାର କରିବେ ପ୍ରାର୍ଥୀ ?

ନିର୍ବାଚନ କରୋନା କଟକଣା ମଧ୍ୟରେ ହେବ । ଆଉ ନିର୍ବାଚନ କମିଶନଙ୍କ ଗାଇଡଲାଇନ ମାନି ପ୍ରଚାର କରିବେ ପ୍ରାର୍ଥୀ । ରାଲି, ଶୋଭାଯାତ୍ରା, ସଭା ସମିତି, ପଦ ଯାତ୍ରା ଓ ବାଇକ ରାଲି ଉପରେ କଟକଣା ଲଗାଯାଇଛି ।

ଭୁବନେଶ୍ୱର: ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ। ଫେବୃଆରୀ ୧୬ରୁ ୫ଟି ପର୍ଯାୟରେ ହେବ ନିର୍ବାଚନ। ଫେବ୍ରୁଆରୀ ୧୬, ୧୮, ୨୦, ୨୨, ୨୪ରେ ଭୋଟ ଗ୍ରହଣ ହେବ। ସେହିପରି ଫେବ୍ରୁଆରୀ ୨୬, ୨୭, ୨୮ରେ ହେବ ଭୋଟ ଗଣତି ହେବ। ଆଜିଠୁ ଆରମ୍ଭ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

odisha panchayat election

ଏଥର ନିର୍ବାଚନ କରୋନା କଟକଣା ମଧ୍ୟରେ ହେବ । ଆଉ ନିର୍ବାଚନ କମିଶନଙ୍କ ଗାଇଡଲାଇନ ମାନି ପ୍ରଚାର କରିବେ ପ୍ରାର୍ଥୀ । ରାଲି, ଶୋଭାଯାତ୍ରା, ସଭା ସମିତି, ପଦ ଯାତ୍ରା ଓ ବାଇକ ରାଲି ଉପରେ କଟକଣା ଲଗାଯାଇଛି । ତେଣୁ ଏଥର ପ୍ରାର୍ଥୀମାନେ ଡିଜିଟାଲ ଓ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ନଜର ପକାନ୍ତୁ, ଏନେଇ କଣ କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ।

ପଞ୍ଚାୟତ ନିର୍ବାଚନ ଗାଇଡଲାଇନ

  • ପଥପାନ୍ତ ପ୍ରଦର୍ଶନ, ପଦ ଯାତ୍ରା/ମୋଟରସାଇକେଲ/ ଯାନ ପଟୁଆର ପାଇଁ ଅନୁମତି ନାହିଁ ।
  • ରାଜନୈତିକ ଦଳ କିମ୍ବା ସମ୍ଭାବ୍ୟ ପ୍ରାର୍ଥୀ ବା ନିର୍ବାଚନରେ ସମ୍ପୃକ୍ତ କୌଣସି ଗୋଷ୍ଠୀଙ୍କର ସମାବେଶ ନିଷିଦ୍ଧ ।
  • କୋଭିଡ୍ ସୁରକ୍ଷା ଦୃଷ୍ଟିରୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କୁ ଡିଜିଟାଲ ବା ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
  • ସର୍ବାଧିକ ୫ଜଣ ଲୋକଙ୍କ ସହିତ ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରି ପାରିବେ ।
  • ଯଦି କୌଣସି ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ କୋଭିଡ୍-୧୯ର ମାର୍ଗଦର୍ଶିକା ଖିଲାପ କରନ୍ତି ତାହାହେଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧୦୬୦ ଅନୁଯାୟୀ ଦଣ୍ଡିତ ହେବେ ।
  • ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେଇଥିବା ଏବଂ ନେଗେଟିଭ୍ ଆରଟିପିସିଆର କିମ୍ବା ଅଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ଥିବା ବ୍ୟକ୍ତି ଭୋଟ ଗଣତି କେନ୍ଦ୍ରକୁ ପ୍ରବେଶ କରିପାରିବେ
  • ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା କୋହଳ କିମ୍ବା କଠୋର କରାଯାଇପାରେ ।
  • ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି।
  • ଅସୂୟାଭାବ, ଶତ୍ରୁତା, ଘୃଣା ସୃଷ୍ଟିକାରୀ ଭାଷା ବ୍ୟବହାର ମନା।
  • ଦଳ ବା ପ୍ରାର୍ଥୀ ଏଭଳି କୌଣସି ଲିଖିତ ବା ମୌଖିକ ଭାଷା ବ୍ୟବହାର କରିବେନି।
  • ଧାର୍ମିକ ସ୍ଥାନ, ସରକାରୀ ଭବନ, ଶିକ୍ଷାନୁଷ୍ଠାନ ପରିସରରେ ସଭା ମନା।
  • ଆଗୁଆ ମଞ୍ଜୁରୀ ନେଇ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଇପାରିବ।
  • ରାତି ୮ଟା ପରେ ଓ ସକାଳ ୭ଟା ପୂର୍ବରୁ ଡାକବାଜି ଯନ୍ତ୍ର ବ୍ୟବହାର ମନା।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+