ହୋଲି ପାଇଁ ଆସିଲା ଗାଇଡଲାଇନ୍ ; ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ
ଆଉ ମାତ୍ର 2 ଦିନ ପରେ ରଙ୍ଗର ପର୍ବ ହୋଲି । ଏନେଇ ବଜାର ପୁରା ରଙ୍ଗିନ ।ହୋଲି ପାଇଁ ଆଗୁଆ ପ୍ରସ୍ତୁତ ହେଲା କମିଶନରେଟ ପୋଲିସ୍ । ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ' । ହୋଲି ପାଇଁ ଗାଇଡଲାଇନ୍ ଜାରି କଲା କମିଶନରେଟ୍ ପୋଲିସ ।ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ କହିଲେ ଭୁବନେଶ୍ବର DCP । ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ମନା' ।

ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ' ବୋଲି ସୂଚନା । ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ' । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ଉଠାଇ ନେବ PCR' । କେବଳ ହର୍ବାଲ ରଙ୍ଗକୁ ଅନୁମତି, କେମିକାଲ୍ ରଙ୍ଗ ବାରଣ' କରାଯାଇଛି ।












Click it and Unblock the Notifications