ଦୀପାବଳିରେ ବାଣ ଫୁଟାଇବା ନେଇ ଆସିଲା ଗାଇଡଲାଇନ: ରାତି ୮ଟାରୁ ୧୦ ଯାଏଁ ଅନୁମତି
କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି ମିଳିଛି। ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟା ଅନୁମତି। ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ଭୁବନେଶ୍ୱର: ଦୀପାବଳିରେ ସବୁଜ ବାଣ ଫୁଟିପାରିବ। ଏନେଇ ଓଡିଶା ହାଇକୋର୍ଟ ଅନୁମତି ଦେବା ପରେ ବାଣ ବ୍ୟବାହର ଓ ବିକ୍ରି ନେଇ ଗାଇଡ୍ଲାଇନ୍ ଜାରି କରିଛନ୍ତି ଏସ୍ଆର୍ସି। ଦୀପାବଳି, ଛଟ୍, କାର୍ତ୍ତିକ ପୂର୍ଣ୍ଣିମା ବେଳେ ବାଣ ପାଇଁ ଗାଇଡ୍ଲାଇନ୍ ଜାରି ହୋଇଛି। କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି ମିଳିଛି। ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟା ଅନୁମତି। ନିର୍ଦ୍ଧାରିତ ସମୟ ବାହାରେ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ସେହିଭଳି କେବଳ ଅନୁମତି ପ୍ରାପ୍ତ ଦୋକାନୀମାନେ ହିଁ ସବୁଜ ବାଣ ବିକ୍ରି କରିପାରିବେ । ଅନ୍ୟ କୌଣସି ବାଣକୁ ଦୋକାନୀମାନେ ବିକ୍ରି କରିପାରିବେ ନାହିଁ । କେବଳ ସ୍ୱୀକୃତିପ୍ରାପ୍ତ ବ୍ୟବସାୟୀ ହିଁ ସବୁଜ ବାଣ ବିକିପାରିବେ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି।
ପୂର୍ବରୁ ବାଣ ଫୁଟା ଅନୁମତି ପ୍ରସଙ୍ଗରେ ସୁପ୍ରିମକୋର୍ଟ, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍ ଓ କୋଭିଡ୍ ପ୍ରୋଟକଲକୁ ଦୃଷ୍ଟିରେ ରଖି ଏସଆରସି ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଥିଲେ। ଆଜି ନିଜ ନିଷ୍ପତ୍ତି ସମ୍ପର୍କରେ ଏସ୍ଆରସି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ।












Click it and Unblock the Notifications