ବାଣଫୁଟାଇବା ପାଇଁ ଆସିଲା ଗାଇଡଲାଇନ୍ ; ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ମିଳିଲା ଅନୁମତି

ଦୀପାବଳିରେ ବାଣଫୁଟାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆସିଲା ଗାଇଡଲାଇନ୍ । ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା । ସେହିପରି ପାର୍କ ଓ ସାଇଲେନ୍ସ ଜୋନ୍‌ରେ ମଧ୍ୟ ବାଣ ଫୁଟାଇବାକୁ ବାରଣ କରାଯାଇଛି ।

diwali 2024

ଅନ୍ୟପକ୍ଷରେ ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ଅନୁଷ୍ଠାନର ୧୦୦ ମିଟରରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ସେହିପରି ବସ୍ତି ସହ ରାସ୍ତା ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ମଧ୍ୟ ବାରଣ କରାଯାଇଛି । ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଅନୁମତି ଦିଆଯାଇଛି । ସେହିପରି ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ମଧ୍ୟ ଗାଇଡଲାଇନ୍‌ରେ ମନା କରାଯାଇଛି ।

ସେପଟେ ଦୀପାବଳି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ । ସେଣ୍ଟ୍ରାଲ ରେଞ୍ଜ, ଉତ୍ତରାଞ୍ଚଳ ରେଞ୍ଜ ଏବଂ ଦକ୍ଷିଣାଞ୍ଚଳ ରେଞ୍ଜ ଭାବେ ୩ଟି ରେଞ୍ଜରେ ସକ୍ରିୟ ରହିବେ ଅଗ୍ନିଶମ ବିଭାଗ । ଦିପାବଳୀ ପାଇଁ ସ୍ପେଶାଲ୍ ଆରେଞ୍ଜମେଣ୍ଟ କରାଯାଇଛି । କଟକରେ ୪ଟି ଏବଂ ଭୁବନେଶ୍ବରରେ ୩ଟି ଆଡ଼ିସନାଲ୍ ଫାୟାର ଷ୍ଟେସନ୍ ହେବ। ଟୁଇନ୍ ସିଟିରେ ୭ଟି ଆଡ଼ିସନାଲ୍ ଫାୟାର ଷ୍ଟେସନ୍ କରିବ ଅଗ୍ନିଶମ ବାହିନୀ। ଟୁଇନ୍ ସିଟିରେ ସବୁ କ୍ଲଷ୍ଟର୍ ପାଖରେ ବୁଲିବେ ଅଗ୍ନିଶମ ଅଧିକାରୀ। ନିଆଁ ଲାଗିବାର ଗୋଲ୍ଡେନ୍ ମୋମେଣ୍ଟରେ ଲିଭିବ ନିଆଁ । ତୁରନ୍ତ ୧୧୨ କୁ କଲ୍ କଲେ ମିଳିବ ସର୍ଭିସ୍। ଏନେଇ ସୂଚନା ଦେଇଛନ୍ତି ଚିଫ୍ ଫାୟାର ଅଫିସର ଦେବେନ୍ଦ୍ର କୁମାର ସ୍ବାଇଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+