ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆସିଲା ଗାଇଡ୍‌ଲାଇନ୍, ବିବାହ ପାଇଁ ମିଳିବ ୫୧ ହଜାର ଟଙ୍କାର ସହାୟତା ରାଶି

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କନ୍ୟା ବିବାହ ପାଇଁ ସରକାର ଦେବେ ୫୧ ହଜାର ଟଙ୍କା। ଏହି ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା। ୧୦ ହଜାର ଟଙ୍କା ଉପହାର ଦେବେ ସରକାର। ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ। ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର। ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ। ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।

Chief Minister s Kanya Vivah Yojana

ଆହୁରି ମଧ୍ୟ ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କୁ ଏହି ସୁବିଧା ମିଳିବ। ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର ।ଯେଉଁ ମାନେ ଗରିବ ସେହିମାନେ ଏହାର ଲାଭ ପାଇବେ। ବିଧବା ମହିଳା ମଧ୍ୟ ଆଉ ଥରେ ବାହାହେଲେ ପାଇବେ ଏହାର ଲାଭ ପାଇବେ। ଏହି ଯୋଜନା ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ୨୦୨୫-୨୬ ରୁ ୨୦୨୯-୩୦ ବର୍ଷ ପର୍ଯ୍ୟନ୍ତ ଯୋଜନା ଚାଲୁ ରହିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କମାନଙ୍କୁ ଚିଠି ଲେଖି ଗାଇଡଲାଇନ ବାବଦରେ ଅବଗତ କରାଯାଇଛି ।

ତେବେ ଆବେଦନଗୁଡିକ 'ପ୍ରଥମେ ଆସ, ପ୍ରଥମେ ପାଅ' (First-come, first-serve) ଭିତ୍ତିରେ ବିଚାର କରାଯିବ। ଯଦି କୌଣସି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆବେଦନ ସଂଖ୍ୟା ଅଧିକ ହୁଏ, ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଉଥିବା ପରିବାରଗୁଡିକୁ କ୍ରମରେ ଅଗ୍ରାଧିକାର ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଗରିବ ଝିଅମାନଙ୍କୁ ଉପହାର ସ୍ୱରୂପ ସେମାନଙ୍କର ବିବାହ ପାଇଁ ରାଜ୍ୟ ସରକାର ଏହି ଯୋଜନା ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ସରକାର 2025-26 ଆର୍ଥିକ ବର୍ଷ ପାଇଁ ଆଗତ ବଜେଟରେ ୧୨ କୋଟି ଟଙ୍କାର ବ୍ୟବସ୍ଥା କରିଥଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+