Get Updates
Get notified of breaking news, exclusive insights, and must-see stories!

ଗଣତନ୍ତ୍ର ଦିବସ ଗାଇଡ୍‌ଲାଇନ୍: ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର

ଗତବର୍ଷ ଭଳି ଚଳିତଥର ମଧ୍ୟ କରୋନା ଗାଇଡଲାଇନ ମଧ୍ୟରେ ପାଳନ ହେବ ଗଣତନ୍ତ୍ର ଦିବସ। ମାତ୍ର ଚଳିତ ବର୍ଷ ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ଥିବାରୁ ଗଣତନ୍ତ୍ର ଦିବସ ପାଇଁ ଆଉ କିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନର।

ଭୁବନେଶ୍ଵର: ଗତବର୍ଷ ଭଳି ଚଳିତଥର ମଧ୍ୟ କରୋନା ଗାଇଡଲାଇନ ମଧ୍ୟରେ ପାଳନ ହେବ ଗଣତନ୍ତ୍ର ଦିବସ। ମାତ୍ର ଚଳିତ ବର୍ଷ ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ଥିବାରୁ ଗଣତନ୍ତ୍ର ଦିବସ ପାଇଁ ଆଉ କିଛି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନର।
ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥର ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କେହି ବି ସରକାରୀ ସଫଳତାର କଥା କହିବେ ନାହିଁ। କେବଳ ରାଷ୍ଟ୍ର, ସ୍ଵାଧୀନତା ସଂଗ୍ରାମୀ ଏବଂ ସହିଦଙ୍କ ସଂପର୍କରେ ନେତା, ମନ୍ତ୍ରୀ ଭାଷଣ ଦେବେ। ସେମାନେ କେବଳ ରାଷ୍ଟ୍ର, ସ୍ବାଧୀନତା ସଂଗ୍ରାମୀ, ସହିଦଙ୍କ ସମ୍ପର୍କରେ ଭାଷଣ ଦେଇପାରିବେ।

republic day

କୌଣସି ମନ୍ତ୍ରୀ ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲାରେ ଅତିଥି ହୋଇପାରିବେ ନାହିଁ। ସରକାରୀ ଯୋଜନା ଓ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼ ମନା। ତେବେ କେବଳ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଦର୍ଶାଯାଇଛି।

ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଏଥର ଗଣତନ୍ତ୍ର ଦିବସ ସମାରୋହରରେ କୌଣସି ମନ୍ତ୍ରୀ ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ହୋଇ ପାରିବେ ନାହିଁ। ପରେଡ୍‌ରେ ସାମିଲ୍ ହୋଇ ପାରିବ ନାହିଁ ସରକାରୀ ଯୋଜନା ଏବଂ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ। କିନ୍ତୁ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ହୋଇ ପାରିବ ବୋଲି ନିର୍ବାଚନ କମିଶନର କହିଛନ୍ତି। ଉଲ୍ଲେଖନୀୟ ଗତ ବର୍ଷ ମଧ୍ୟ କରୋନାର ଦ୍ଵିତୀୟ ଲହରରେ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା।

ତେବେ ଏହି ମାର୍ଗଦର୍ଶିକାକୁ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାନ୍ୟବର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସମସ୍ତ କ୍ୟାବିନେଟ୍‌ ଓ ରାଷ୍ଟ୍ରପାହ୍ୟା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଆର୍‌ଡ଼ିସି ଏବଂ ସମସ୍ତ ଜିଲାପାଳଙ୍କୁ ପତ୍ର ପ୍ରେରଣ କରାଯାଇଛି।

ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କ୍ୟାବିନେଟ୍‌ ପାହ୍ୟା, ରାଷ୍ଟ୍ରପାହ୍ୟା ମନ୍ତ୍ରୀ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗଦେଉଥିବା ବେଳେ ତାଙ୍କ ଭାଷଣ କେବଳ ରାଷ୍ଟ୍ର, ସ୍ୱାଧୀନତା ସଂଗ୍ରାମୀ, ଶହୀଦ ଏବଂ ରାଷ୍ଟ୍ରର ଜୟଗାନ ମଧ୍ୟରେ ସୀମିତ ରହିବ । ଏଥିରେ କୌଣସି ପ୍ରକାର ସରକାରୀ ସଫଳତାର କାହାଣୀ କିମ୍ବା ଯୋଜନାର ସଫଳତା ସଂପର୍କରେ ଉଲ୍ଲେଖ ରହିବ ନାହିଁ । ଏଥି ସହିତ କ୍ୟାବିନେଟ୍‌ ତଥା ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିମ୍ବା ରାଜନୈତିକ କର୍ମକର୍ତ୍ତା ନିଜର ଜିଲ୍ଲାରେ ଅତିଥି ଭାବେ ଯୋଗଦେଇ ପାରିବେ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+