ଓଡ଼ିଶାରେ ୧୨ ଦିନ ଧରି ଲୁଚିଥିଲା ଗୁଡ୍ଡୁ ମୁସଲିମ !
Guddu Muslim in Odisha: ଓଡ଼ିଶାରେ ୧୨ ଦିନ ଥିଲା ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍ । ରାଜ୍ୟ ଭିତରେ ଏପ୍ରିଲ ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଥିଲା ଗୁଡ୍ଡୁ । ଏଭଳି କିଛି ତଥ୍ୟ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ପୋଲିସର ସୂଚନା ଅନୁସାରେ, ଗୁଡୁ ମୁସଲିମ୍ ଓଡ଼ିଶାରୁ ଛତିଶଗଡ଼ ଚମ୍ପଟ ମାରିଥିଲା । ଯିବା ସମୟରେ ଗୁଡୁ ମୁସଲିମର ବ୍ୟାଗ୍ ଓ କପଡ଼ା ରହିଯାଇଥିବା ସୂଚନା ମିଳିଛି । ଗୁଡୁ ମୁସଲିମ ଓଡ଼ିଶା ଆସି ରାଜା ଖାନକୁ ଭେଟିବା ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ଏସଟିଏଫ୍ ରାଜା ଖାନକୁ ପଚରା ଉଚରା କରୁଥିଲା । ଏନେଇ ଓଡ଼ିଶା ଏସପି ମଧ୍ୟ ସୂଚନା ଦେଇଥିଲେ ।

ପୁରୀରୁ ସେ ବରଗଡ଼ ଯାଇଥିଲା, ପୁଣି ସେଠୁ ଛତିଶଗଡ଼ ପଲାଇଥିବା ଜଣାପଡ଼ିଛି । ୟୁପି ପୋଲିସକୁ ଚକମା ଦେଇ ଗୁଡ୍ଡୁ ମିରଟ, ଆଜମେର, ଝାନସୀ, ନାସିକ, ପୁଣେ ଓ ପରେ କର୍ଣ୍ଣାଟକ ଯାଇଥିଲା । ଏସବୁ ପରେ ଆତ୍ମଗୋପନ କରିବାକୁ ସେ ଓଡ଼ିଶା ଆସିଥିଲା । ତା'ସହ ବରଗଡ଼ରୁ ଛତିଶଗଡ଼ ଯିବା ବେଳେ ଏକ ବ୍ୟାଗ୍ ଛାଡ଼ି ପଳାଇଥିଲା ଗୁଡ୍ଡୁ । ଯାହାକୁ ୟୁପି ଏସଟିଏଫ୍ ଜବତ କରିଥିବା ଚର୍ଚ୍ଚା ହେଉଛି ।
ସୂଚନାନୁସାରେ, ଉମେଶ ପାଲ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୧୦ଜଣଙ୍କ ମଧ୍ୟରେ ଗୁଡୁ ମୁସଲିମ ହେଉଛି ଅନ୍ୟତମ । ହତ୍ୟା, ଅପହରଣ ଭଳି ଅପରାଧ ସହ ଅଣ୍ଡରୱାର୍ଲ୍ଡ ସହ ଗୁଡୁ ମୁସଲିମର ଲିଙ୍କ ଥିବା କୁହାଯାଉଛି । ଆତତାୟୀ ଗୁଳିରେ ମୃତ୍ୟୁବରଣ କରିଥିବା ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ଦିନେ ଘନିଷ୍ଠ ସହଯୋଗୀ ଥିଲା । ଏମିତିକି ଗୁଡୁ ମୁସଲିମ ଜେଲରେ ଥିବା ସମୟରେ ଅତିକ ତାକୁ ମୁକୁଳାଇଥିବା କୁହାଯାଏ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications