ଆଜି ଜନ୍ମମାଟିରେ ସମ୍ପର୍ଣ୍ଣ ହେବ ଓଡ଼ିଆ ଯବାନ ଦେବାଶିଷଙ୍କ ଶେଷକୃତ୍ୟ

ଭୁବନେଶ୍ୱର : ଆଜି ଜନ୍ମମାଟି ସତ୍ୟବାଦୀ ଅଳୁଗମ୍‌ରେ ହେବ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ । ଓଡ଼ିଶାରେ ସହିଦ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ବିମାନବନ୍ଦରରେ ସହିଦ ବୀର ଯବାନ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେନା ପକ୍ଷରୁ ଦିଆଯାଇଥିଲା ଗାର୍ଡ ଅଫ ଅନର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଲାଲ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ଦେବାଶିଷଙ୍କ ପତ୍ନୀ ଶେଷ ଦର୍ଶନ କରିଥିଲେ ।

ଅନ୍ୟପଟେ ସହିଦ ଦେବାଶିଷ ବିଶ୍ୱାଳଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି ।

ODIA JAWAN

ଜାମ୍ମୁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳ ସହ ୫ ଜଣ ପ୍ରାଣ ହରାଇଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପାଞ୍ଚ ଜଣ ଯବାନଙ୍କ ମଧ୍ୟରେ ହବିଲଦାର ମନଦୀପ ସିଂ, ଲାନ୍ସ ନାୟକ, ଓଡ଼ିଆ ପୁଅ ଦେବଶିଷ ବିଶ୍ୱାଳ, ଲାନ୍ସ ନାୟକ କୁଲୱନ୍ତ ସିଂହ, ସିପାହୀ ହରକୃଷ୍ଣ ସିଂହ ଏବଂ ସିପାହୀ ସେବକ ସିଂହ ଅଛନ୍ତି । ଏହି ଯବାନ ମାନେ ରାଷ୍ଟ୍ରିୟ ରାଇଫଲ ୟୁନିଟରେ ନିୟୋଜିତ ଥିଲେ ଏବଂ ଆତଙ୍କବାଦୀ ଅପରେସନରେ କାର୍ଯ୍ୟ କରୁଥିଲେ ।

ରିପୋର୍ଟ ଅନୁଯାୟୀ, ଏହି ଆତଙ୍କବାଦୀ ଆକ୍ରମଣରେ ଜୈଶ ର PAFF ନିଜକୁ ଦାୟୀ କରିଛି । PAFF ମୁଖପାତ୍ର ତନଭୀର ଅହମ୍ମଦ ଏହି ଆକ୍ରମଣ ପାଇଁ ସେମାନେ ଦାୟୀ ବୋଲି ଏକ ବିବୃତ୍ତିରେ କହିଛି । ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ଜି -20 ବୈଠକକୁ ଟାର୍ଗେଟ କରାଯିବ ବୋଲି ସେ ଧମକ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+