For Quick Alerts
Turn On Notification  
For Daily Alerts
Oneindia App Download

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ଦିଆଯିବ ଗାର୍ଡ ଅଫ ଅନର

ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

|

ଭୁବନେଶ୍ୱର: ଆରପାରରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ । କଟକ ସ୍ଥିତ ଏସସିବି ମେଡିକାଲରେ ତାଙ୍କ ଦେହାନ୍ତ ଘଟିଛି । ତେବେ ଡି. ପ୍ରକାଶ ରାଓଙ୍କ ଦେହାନ୍ତ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି ।

ତେବେ ରାଷ୍ଟ୍ରୀୟ ସମ୍ମାନ ସହ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ସ୍ୱର୍ଗତଃ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ । ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି ।

d. Prakash Rao

ସେହିପରି ପଦ୍ମଶ୍ରୀ ଡି. ପ୍ରକାଶଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପ୍ରକାଶଙ୍କ ବିୟୋଗରେ ବିଭିନ୍ନ ଦଳର ରାଜନେତା ଶୋକ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ସେ ଏସସିବିରେ ଚିକିତ୍ସିତ ହେଉଥିଲେ । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ପଦ୍ମଶ୍ରୀ ରାଓଙ୍କ ପରଲୋକ ହୋଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସମାଜସେବା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଏବଂ ନିଷ୍ଠାପର ଅବଦାନ ପାଇଁ ରାଷ୍ଟ୍ରପତି ତାଙ୍କୁ 2019 ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । କଟକର ବକ୍ସିବଜାର ଠାରେ ଏକ ଚା ଦୋକାନ କରି ଗୁଜୁରାଣ ମେଣ୍ଚାଇବା ସହ 19 ବର୍ଷ ପୂର୍ବେ 'ଆଶା ଓ ଆଶ୍ୱାସନା' ନାମକ ଏକ ବିଦ୍ୟାଳୟ ଖୋଲି ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଉଥିଲେ । ଏହା ବ୍ୟତୀତ ସେ ନିୟମିତ ଭାବେ ରକ୍ତ ଦାନ କରୁଥିଲେ । ଏପର୍ଯ୍ୟନ୍ତ ସେ 218 ଥର ରକ୍ତଦାନ କରିବା ସହ 17ଥର ପ୍ଲେଟଲେଟ୍ ଦାନ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Guard of Honor will be given to Padma Shri d. Prakash Rao
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X