ଉତ୍ତମ ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର୍ ; ସତ୍ୟନଗର ଶ୍ମଶାନରେ ଦିଆଗଲା ଗାର୍ଡ ଅଫ୍ ଅନର୍

ଉତ୍ତମ ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର୍ । ସତ୍ୟନଗର ଶ୍ମଶାନରେ ଦିଆଗଲା ଗାର୍ଡ ଅଫ୍ ଅନର୍ । ସବୁଠି ଦୁଃଖର ଛାୟା ।

ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଜଗନ୍ନାଥ ବିହାର ବାସଭବନରେ ଶେଷ ଦର୍ଶନ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଜଣାଇ ଉତ୍ତମଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି 'ନୟା ଜହର', ଯାହା ୧୯୯୧ରେ ରିଲିଜ ହୋଇଥିଲା।

uttam Mohanty

ନୟା ଜହର ହେଉଛି ଜ୍ୟୋତି ସରୁପଙ୍କ ନିର୍ଦ୍ଦେଶିତ ୧୯୯୧ ମସିହାରେ ର୍ନିମିତ ଏକ ବଲିଉଡ ହିନ୍ଦୀ ଡ୍ରାମା ଥ୍ରୀଲର୍‌ ଚଳଚ୍ଚିତ୍ର। ଏହା HIV/AIDS ଉପରେ ଆଧାରିତ ଭାରତର ପ୍ରଥମ ହିନ୍ଦୀ ଫିଚର ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ଏକ ପ୍ରାପ୍ତ ବୟସ୍କ ଥ୍ରୀଲରର ମୋଡ ଦିଆଯାଇଛି, ଯେଉଁଠାରେ ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଜଣେ ବ୍ୟକ୍ତି ନୁହେଁ, ବରଂ ରୋଗ, AIDS।

ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। 'ଫୁଲ ଚନ୍ଦନ' ଚଳଚ୍ଚିତ୍ର ପାଇଁ ୧୯୮୨ରେ ତାଙ୍କୁ ପ୍ରଥମଥର ଲାଗି ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହାପରେ 'ଝିଅଟି ସୀତା ପରି','ଦଣ୍ଡାବାଳୁଙ୍ଗା', 'ସୁନା ଚଢ଼େଇ' ଲାଗି ଶ୍ରେଷ୍ଠ ଅଭିନେତା ଏବଂ ୧୯୯୧ରେ 'ତୋ ବିନୁ ଅନ୍ୟଗତି ନାହିଁ' ଚଳଚ୍ଚିତ୍ରରେ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ୨୦୦୮ରେ 'ଫିଟ୍‌ଫାଟ ବାଇସ୍କୋପ ପୁରସ୍କାର', ୨୦୧୨ରେ 'ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର', ୨୦୦୬ରେ 'ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର' ଏବଂ ୧୯୯୯ରେ ତାଙ୍କୁ ମିଳିଥିଲା'ଜୟଦେବ ପୁରସ୍କାର'। ଏଥିସହିତ ଚିତ୍ରପୁରୀ ପୁରସ୍କାରରେ ମଧ୍ୟ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+