ତାଳଚେରରେ ଜିଏସଟି ରେଡ୍, ୨ ବ୍ୟବସାୟୀଙ୍କ ଘର ଓ ଅଫିସରେ ଚଢାଉ
ତାଳଚେର:ତାଳଚେରର ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍ । ଅନୁଗୁଳ ଏବଂ କଟକ ଡିଭିଜନ ଜିଏସଟିର ମିଳିତକ ଚଢାଉ । ତାଳଚେରର ୫ଟି ସ୍ଥାନରେ ୨୫ ଜଣିଆ ଜିଏସଟି ଟିମର ଚଢାଉ ଚାଲିଛି । ତାଳଚେରର ଦୁଇ ବ୍ୟବସାୟୀ ମହେନ୍ଦ୍ର ଓ ରାଜେନ୍ଦ୍ର ବେହେରାଙ୍କ ଘଣ୍ଟପଡ଼ା ସ୍ଥିତ ଘର ଏବଂ ହାଣ୍ତିଧୁଆରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ, ମା ହିଙ୍ଗୁସା ଟ୍ରାନ୍ସପୋର୍ଟ ଏବଂ ମା ହିଙ୍ଗୁଳା ଟ୍ରେଡର୍ସରେ ଚଢାଉ ଜାରି ରହିଛି ।
ତଳାତେର ସମେତ ଭୁବନେଶ୍ୱର ଓ ଢେଙ୍ଗାନାଳ ସ୍ଥିତ ବାସଭବନ, ଅଫିସରେ ଯାଞ୍ଚ୍ ଚାଲିଛି । ସେହିପରି ଢେଙ୍କାନାଳ ଓ ତାଳଚେରରେ ଥିବା ମହେନ୍ଦ୍ରଙ୍କ ୪ଟି ବ୍ୟାବସାୟିକ ପ୍ରତିଷ୍ଠାନରେ ଚଢଉ ଚାଲିଛି ।

ସେହିପରି କଟକ ଜିଏସଟି ପକ୍ଷରୁ ତାଳଚେର ହାଣ୍ତିଧୁଆ ଛକସ୍ଥିତ ଥିବା କ୍ରସରେ ରେଡ୍ କରାଯାଇଛି । ସେହିପରି ରାଜଧାନୀର ସୈନିକ ସ୍କୁଲ ଗଭର୍ଣ୍ଣମେଣ୍ଟ କଲୋନି ନିକଟରେ ଥିବା ଆପାର୍ଟମେଣ୍ଟରେ ଥିବା ମହେନ୍ଦ୍ରଙ୍କ ଏକ ଫ୍ଲାଟରେ ମଧ୍ୟ ଚଢାଇ ହୋଇଛି । ତେବେ ଜିଏଟି ଫାଙ୍କିଥିବା ଅଭିଯୋଗରେ ଚଡାଉ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications