Get Updates
Get notified of breaking news, exclusive insights, and must-see stories!

ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ: ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଦାବି ରଖିଲା ଓଡ଼ିଶା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀସ୍ଥିତ ସୁଷମା ସ୍ଵରାଜ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଏସଟି ପରିଷଦର ଏହି ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଓ ବିଭିନ୍ନ ଦାବି ପରିଷଦ ବୈଠକରେ ଉପସ୍ଥାପନ କରିଥିଲେ ।

ଅର୍ଥମନ୍ତ୍ରୀ ଆରୁଖ କହିଲେ ଯେ, ମିଲେଟ ମିଶନ ମାଧ୍ୟମରେ ମିଲେଟ ଚାଷକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ହେଉଛି ଅଗ୍ରଣୀ ରାଜ୍ୟ । ମିଲେଟ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ମିଲେଟ ମିଶନ ମଡେଲକୁ ଗ୍ରହଣ କରିବାକୁ ଭାରତ ସରକାର ସମସ୍ତ ରାଜ୍ୟକୁ କହିଛନ୍ତି ।
ମିଲେଟଭିଭିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ ଓଡ଼ିଶା ମିଲେଟ୍ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇପାରେ । ମିଲେଟ ଆଧାରିତ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ କରି ସରକାର ସେଗୁଡ଼ିକୁ ଅଧ୍ଵ ସୁଲଭ ଓ ସହଜଲଭ୍ୟ କରିପାରିବେ । ଏହି ପଦକ୍ଷେପ ଦ୍ଵାରା ଅଧ‌ିକରୁ ଅଧିକ ଲୋକ ମିଲେଟକୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ଉତ୍ସାହିତ ହୋଇପାରିବେ, ଫଳରେ ଉତ୍ତମ ସ୍ଵାସ୍ଥ୍ୟ ଲାଭ ହୋଇପାରିବ ଏବଂ ସ୍ଥାନୀୟ ମିଲେଟ ଚାଷୀମାନଙ୍କୁ ସହାୟତା ମିଳିପାରିବ ।

GST Council Meeting

ମିଲେଟ ଆଧାରିତ ସ୍ଵାସ୍ଥ୍ୟ ମିଶ୍ରଣ ଉପରେ ଜିଏସଟି ଛାଡ଼ ମୂଲ୍ୟଯୁକ୍ତ ମିଲେଟ ଉତ୍ପାଦକୁ ବୃଦ୍ଧି କରିବାରେ ସହାୟକ ହେବ । ଓଡ଼ିଶାରେ ବିଶେଷ କରି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟିକ ସୁଯୋଗର ସାମଗ୍ରିକ ବିକାଶରେ ଏହା ସହାୟକ ହେବ । କେବଳ ସେତିକି ନୁହେଁ, ଜିଏସଟି ହାର ହ୍ରାସ ଦ୍ଵାରା ମିଲେଟ ଆଧାରିତ ସ୍ଵାସ୍ଥ୍ୟ ମିଶ୍ରଣ ଉତ୍ପାଦନରେ ନିୟୋଜିତ ଉଦ୍ୟୋଗୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ସୁନିଶ୍ଚିତ ହୋଇପାରିବ ।

ଅର୍ଥମନ୍ତ୍ରୀ ଆରୁଖ ଏହି ଜିଏସଟି ହାର ହ୍ରାସ ପାଇଁ ଜିଏସଟି ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ଡିଏସ୍ଏଫ୍ ଟ୍ରଷ୍ଟ ପକ୍ଷରୁ ଦିଆଯାଉଥ‌ିବା ସେବା ଉପରେ ଜିଏସଟି ଛାଡ଼ ପାଇଁ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ।

ଫିଟମେଣ୍ଟ କମିଟି ଓଡ଼ିଶାର ପ୍ରସ୍ତାବକୁ ଅନୁଧ୍ୟାନ କରିଥିଲା ଏବଂ ଏହା ସ୍ପଷ୍ଟ କରିବାକୁ ସୁପାରିଶ କରିଥିଲା ଯେ ଡି.ଏମ୍.ଏଫ୍.ଟି ଏକ ସରକାରୀ କର୍ତ୍ତୃପକ୍ଷ ଏବଂ ତେଣୁ ବର୍ତ୍ତମାନର ଯୋଜନାରେ ଯେକୌଣସି ସରକାରୀ କର୍ତ୍ତୃପକ୍ଷ ସମାନ ରିହାତି ପାଇବାକୁ ଯୋଗ୍ୟ ।
ଏହି ପରିପ୍ରେକ୍ଷୀରେ ପରିଷଦର ବିଚାର ପାଇଁ ଅର୍ଥମନ୍ତ୍ରୀ ଆରୁଖ ନିମ୍ନଲିଖିତ ବିଷୟଗୁଡ଼ିକୁ ଉପସ୍ଥାପନ କରିଥିଲେ । ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମାବଳୀର ନିୟମ ୧୦ରେ ଉଲ୍ଲେଖ ରହିଛି, ଡିଏମଏଫ ଟ୍ରଷ୍ଟର ଉପଯୋଗ ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ- ଆର୍ଥିକ ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରମୁଖ

କାର୍ଯ୍ୟକଳାପର କାର୍ଯ୍ୟାନ୍ଵୟନ ପାଇଁ କରାଯାଇଥାଏ । ଡିଏସ୍ଏଫ୍ ପାଣ୍ଠି ଦ୍ଵାରା କରାଯାଇଥ‌ିବା ଏହି କାର୍ଯ୍ୟକଳାପଗୁଡିକ ମୁଖ୍ୟତଃ ଭାରତୀୟ ସମ୍ବିଧାନର ଏକାଦଶ ଅନୁସୂଚୀ ଏବଂ ଦ୍ଵାଦଶ ଅନୁସୂଚୀରେ ତାଲିକାଭୁକ୍ତ କାର୍ଯ୍ୟକଳାପ ସହିତ ଜଡିତ ଅଟେ । ଡିଏମଏଫ ଟ୍ରଷ୍ଟରେ ସ୍ଥାନୀୟ ସଂସ୍ଥାର ସଦସ୍ୟମାନଙ୍କୁ ସାମିଲ କରି ସ୍ଥାନୀୟ ସ୍ଵୟଂଶାସିତ ସଂସ୍ଥା ସହିତ ସମନ୍ଵୟ ସୁନିଶ୍ଚିତ କରିବା ଲାଗି ଏହି ନିୟମରେ ବ୍ୟବସ୍ଥା କରାଯାଇଛି ।

ଓଡିଏମ୍ଏଫ୍ ନିୟମାବଳୀର ନିୟମ ୧୩ ଅନୁଯାୟୀ ଟ୍ରଷ୍ଟ ଦ୍ଵାରା କରାଯାଇଥିବା କାର୍ଯ୍ୟ ସରକାରୀ ବିଭାଗ, ଏଜେନ୍ସି ଓ ରାଷ୍ଟ୍ରାୟତ ସଂସ୍ଥା ମାଧ୍ୟମରେ କିମ୍ବା ଖଣି ପ୍ରଭାବିତ ଅଞ୍ଚଳରେ ସ୍ଵେଚ୍ଛାସେବୀ ସଂସ୍ଥା ମାଧ୍ୟମରେ ସମ୍ପାଦିତ ହୋଇଥାଏ । ଏହାର ବ୍ୟବହାରକାରୀ ହେଉଛନ୍ତି ଖଣି ପ୍ରଭାବିତ ଅଞ୍ଚଳର ବ୍ୟକ୍ତି, ମହିଳା, ଶିଶୁ ଏବଂ ପରିବାର ଯେଉଁମାନେ ବିନା ଶୁଳ୍କରେ ଏହି ସେବା ପାଇପାରିବେ । ଗତ ଦୁଇ ବର୍ଷ ମଧ୍ୟରେ ଡିଏମଏଫଟି କେବଳ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସାମାଜିକ - ଆର୍ଥିକ ବିକାଶ ଏବଂ କଲ୍ୟାଣ ଉଦ୍ଦେଶ୍ୟରେ ସଂଗ୍ରହ କରାଯାଇଥିବା ଡିଏମଏଫ ପାଣ୍ଠିରୁ ୭୭୬ କୋଟି ଟଙ୍କା ଜିଏସଟି ପ୍ରଦାନ କରିଛି ।

ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଖଣି ପ୍ରଭାବିତ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଓଡ଼ିଶାର ପ୍ରସ୍ତାବକୁ ନିମ୍ନୋକ୍ତ ଦୁଇଟି ଉପାୟରୁ କୌଣସି ଗୋଟିଏ ଉପାୟରେ ବିଚାର କରିବାକୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଅନୁରୋଧ କରିଥିଲେ ।
ବର୍ତ୍ତମାନ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଶୁଦ୍ଧ ସେବା, ସାମଗ୍ରୀ ଏବଂ ସେବାର ସାମଗ୍ରିକ ଯୋଗାଣ ଉପରେ ଖର୍ଚ୍ଚ ପାଇଁ ଅନୁମତି ଦିଆଯାଇଛି । ସ୍ୱଚ୍ଛ ସେବା ଯୋଗାଣ ଏବଂ ମିଶ୍ରିତ ଯୋଗାଣ କ୍ଷେତ୍ରରେ ପୂର୍ବରୁ ଅନୁମତି ଦିଆଯାଇଥବା ରିହାତିକୁ ପୁନଃସ୍ଥାପିତ କରିବା ଲାଗି ପରାମର୍ଶ ଦିଆଯାଇଛି, ଯେଉଁଠାରେ ସାମଗ୍ରୀର ମୂଲ୍ୟ ସରକାରୀ ପ୍ରାଧ‌ିକରଣକୁ ଯୋଗାଣର ମୋଟ ମୂଲ୍ୟର ୨୫ ପ୍ରତିଶତରୁ ଅଧିକ ନୁହେଁ ।

ଏହାକୁ ଦୃଷ୍ଟିରେ ରଖୁ ଆମ ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ କଲ୍ୟାଣ ପାଇଁ ଓଡ଼ିଶା ଡିଏମ୍ଫ୍ ଟ୍ରଷ୍ଟ ଦ୍ଵାରା ପ୍ରଦାନ କରାଯାଉଥ‌ିବା ସେବାଗୁଡ଼ିକୁ ସଂପୂର୍ଣ୍ଣ ରୂପେ କରମୁକ୍ତ କରିବାକୁ ଜିଏସ୍‌ ପରିଷଦକୁ ଅର୍ଥମନ୍ତ୍ରୀ ଆରୁଖ ଅନୁରୋଧ ଜଣାଇଛନ୍ତି । ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଓ ଜିଏସ୍‌ଟି କମିଶନର ସଂଜୟ କୁମାର ସିଂ ଯୋଗଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+