GST Collection : ଜିଏସଟି ଆଦାୟରେ ପୁଣି ରେକର୍ଡ କଲା ଓଡ଼ିଶା, ୫୧୦୯.୩୩ କୋଟି ଟଙ୍କା ସଂଗ୍ରହ
୨୦୨୪ ମସିହା ମାର୍ଚ୍ଚ ମାସରେ ମୋଟ କିଏସଟି (କେନ୍ଦ୍ରୀୟ ଜିଏସଟି + ସମନ୍ବିତ ଜିଏସଟି + ରାଜ୍ୟ ଜିଏସଟି + ଅତିରିକ୍ତ ଟିକସ) କ୍ଷେତ୍ରରେ ଓଡ଼ିଶା ୫୧୦୯.୩୩ କୋଟି ଟଙ୍କା ସଂଗ୍ରହ କରିଛି, ଯାହା କି ଏ ଯାବତ ଦ୍ବିତୀୟ ସର୍ବାଧକ ସଂଗ୍ରହ । ୨୦୨୩ ମସିହା ମାର୍ଚ୍ଚ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୪୭୪୯.୦୨ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୬.୫୯ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇ ପାରିଛି । ସୂଚନା ଯୋଗ୍ୟ ଯେ, ୨୦୨୪ ମସିହା ଫେବୃଆରୀ ମାସରେ ୫୧୩୫.୮୧ କୋଟି ଟଙ୍କାର ମୋଟ ଜିଏସଟି ସଂଗୃହୀତ ହୋଇଥିଲା, ଯାହା କି ୨୦୨୩-୨୪ ଆର୍ଥିକ ବର୍ଷର ସର୍ବାର୍ ମୋଟ ଜିଏସଟି ସଂଗ୍ରହ ଥିଲା ।
ଯଦି ୨୦୨୩-୨୪ ଆର୍ଥିକ ବର୍ଷରେ ମାର୍ଚ ମାସ ସୁଦ୍ଧା ସଂଗୃହୀତ ହୋଇଥିବା ମୋଟ ଜିଏସଟିକୁ ବିଚାରକୁ ନିଆଯାଏ, ତେବେ ଦେଖାଯିବ ଯେ, ଏ କ୍ଷେତ୍ରରେ ୫୪୭୪୭,୯୭ କୋଟି ଟଙ୍କା ସଂଗୃହୀତ ହୋଇଛି, ଯାହା କି ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୧୦.୭୩ ପ୍ରତିଶତ ଅଧିକ ।
ସେହିପରି ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସଲା କ୍ଷେତ୍ରରେ ୨୦୨୪ ମସିହା ମାର୍ଚ୍ଚ ମାସରେ ରାଜ୍ୟ କି ୨୦୨୩-୨୪ ଆର୍ଥିକ ବର୍ଷରେ ତୃତୀୟ ସର୍ବାଧିକ ସେହିପରି ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ୨୩୦୫.୯୦ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି, ଯାହା ସଂଗ୍ରହ । ୨୦୨୩ ମସିହା ମାର୍ଚ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୯୧୯,୪୩ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୨୦, ୧୩ ପ୍ରତିଶତର ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ ହୋଇପାରିଛି । ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦରେ ସର୍ବାଧିକ ଓ ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ ହୋଇଛି ୨୧୨୩-୨୪ ଆର୍ଥିକ ବର୍ଷରେ । ୨୦୨୩ ମସିହା ନଭେମ୍ବର ମାସରେ ଏ ବାବଦରେ ୨୭୦୯,୮୫ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୩ ମସିହା ଡିସେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୫୨୮-୪୧ କୋଟି ଟଙ୍କା । ଏଥି ମଧ୍ୟରୁ ୨୦୨୪ ମସିହା ମାର୍ଚ୍ଚ ମାସରେ ହୋଇଥିବା ୧୬୫୯.୩୧ କୋଟି ଟଙ୍କାର ରାଜ୍ୟ ଜିଏସଟି ସଂଗ୍ରହ ଏଯାବତ ତୃତୀୟ ସର୍ବାଧିକ ସଂଗ୍ରହ । ଏହା ପୂର୍ବରୁ ୨୦୨୨ ମସିହା ଏପ୍ରିଲ ମାସରେ ୧୭୧୪,୭୮ କୋଟି ଟଙ୍କା (ଏ ଯାବତ ସର୍ବାଧିକ ସଂଗ୍ରହ) ସଂଗୃହୀତ ହୋଇଥିବାବେଳେ ୨୦୨୩ ମସିହା ଏପ୍ରିଲ ମାସରେ ୧୬୫୯.୫୭ କୋଟି ଟଙ୍କା (ଏ ଯାବତ ଦ୍ବିତୀୟ ସର୍ବାଧିକ ସଂଗ୍ରହ) ରାଜ୍ୟ ଜିଏସଟି ସଂଗୃହୀତ ହୋଇଥିଲା ।

୨୦୨୩-୨୪ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ହୋଇଥିବା ସଂଗ୍ରହ ପରିମାଣ ୨୪୦୫୧.୪୫ କୋଟି ଟଙ୍କା ଥ୍ୟାବେଳେ ୨୦୨୨-୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ଏହି ପରିମାଣ ଥିଲା ୧୮୬୦୦୫୨ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୨୯.୩୧ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇଛି ।
ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ଅଧୀନରେ ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା : ରାଜ୍ୟ ଜିଏସଟି/ ସମନ୍ବିତ ଜିଏସଟି ଫଇସଲା, ଭାଟ ଓ ବୃତ୍ତିଗତ କର କ୍ଷେତ୍ରରେ ୨୦୨୪ ମସିହା ମାର୍ଚ ମାସରେ ୪୪୫୮.୮୩ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୩ ମସିହା ମାର୍ଚ୍ଚ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୮୯୯.୪୦ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୪.୩୫ ପ୍ରତିଶତ । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ସୁଦ୍ଧା ଉପରୋକ୍ତ ସମସ୍ତ ଟିକସ ବ୍ୟବସ୍ଥା ଅଧୁନରେ ହୋଇଥିବା ରାଜସ୍ବ ସଂଗ୍ରହ ପରିମାଣ ୩୭୧୬୦, ୮୧ କୋଟି ଟଙ୍କା ରହିଥିବାବେଳେ ୨୦୨୨- ୨୩ ଆର୍ଥିକ ବର୍ଷ ତୁଳନାରେ ଏହା ୧୯.୮୦ ପ୍ରତିଶତ ଅଧିକ ।
୨୦୨୪ ମସିହା ମାର୍ଚ୍ଚ ମାସରେ 24.40 ଲକ୍ଷ ସଂଖ୍ୟକ ଇ-ୱେଲ ନିର୍ଗମନ କରାଯାଇଥିବାବେଳେ ୨୦୨୩ ମସିହା ମାର୍ଚ ମାସରେ ଏହି ସଂଖ୍ୟା ଥିଲା ୨୧.୯୧ ଇକ୍ଷ । ଫଳରେ ଏଥିରେ ୧୧.୩୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏଥି ମଧ୍ୟରୁ ୧୪,୪୫ ଲକ୍ଷ ସଂଖ୍ୟକ ଇ-ୱେଲ ଅନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଥିବାବେଳେ ୯.୯୬ ଲକ୍ଷ ସଂଖ୍ୟକ ଇ-ୱେଲ ଆନ୍ତଃରାଜ୍ୟ କାରବାର ପାଇଁ ବ୍ୟବହୃତ ହୋଇଛି ।












Click it and Unblock the Notifications