ଗଣେଶ ଭସାଣି ସମୟରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ,୩ ଆହତ
Ganesh Puja: ଗଣେଶ ଭସାଣି ସମୟରେ ଗୋଷ୍ଠୀ ସଂଘର୍ଷ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । କଟକ ଜିଲ୍ଲା ଖୁଣ୍ଟୁଥୀ ଥାନା ଅନ୍ତର୍ଗତ ଧୁରୁସିଆ ଗାଁରେ ଏହି ଅଘଟଣ ଘଟିଛି । ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ମୃତକ ଜଣଙ୍କ ନାବାଳକ ବୋଲି ଖବର ରହିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୋପାଳ ସାହି ଧୁରିସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣି ହେବା ସମୟରେ ଗାଁ ର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ଓ ଭୁଜାଲି ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ଏବଂ ତଦନ୍ତ ଜାରି ରହିଛି । ବର୍ତ୍ତମାନ ମଧ୍ୟ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି ।












Click it and Unblock the Notifications