ମହାବିଷୁବ ପଣାସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ପ୍ରଧାନମନ୍ତ୍ରୀ
ମହାବିଷୁବ ପଣାସଂକ୍ରାନ୍ତି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । 'ଆଗାମୀ ବର୍ଷ ଆପଣଙ୍କ ସ୍ବପ୍ନ ସାକାରର ବର୍ଷ ହେଉ' ।ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ।

ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନବବର୍ଷର ଆରମ୍ଭ। ସେଥିପାଇଁ ସୋମବାରଠାରୁ ଚାଲିବ ନୂଆ ପାଞ୍ଜି। ଏହି ସଂକ୍ରାନ୍ତି ପରଠୁ ସୂର୍ଯ୍ୟଙ୍କ ଉତ୍ତାପ ବଢୁଥିବାରୁ ଲୋକମାନେ ଚଉଁରାରେ ବାନ୍ଧିବେ ମାଟି ଠେକି। ସେଥିପାଇଁ ବଜାରରେ ବହୁଳମାତ୍ରାରେ ବିକ୍ରି ହେଉଛି ଭଳିକି ଭଳି ରଙ୍ଗିନ୍ ମାଟିର ଠେକି। ଯେଉଁଥିରେ ଖୁବ୍ ନିଖୁଣ ଭାବରେ ହାତ କାମ ହୋଇଛି। ମୁଖ୍ୟତଃ ଏହି ଠେକିଗୁଡ଼ିକର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇ ୮୦ ଟଙ୍କା ପର୍ଯ୍ୟନ୍ତ ରହୁଛି। ଯାହାକୁ କିଣିବା ପାଇଁ ରବିବାର ବଜାରରେ ବେଶ୍ ଗହଳି ଦେଖାଯାଇଥିଲା। ଏଥିପାଇଁ ରାସ୍ତାକଡ଼ ଏବଂ ଛକରେ ଛୋଟ ଛୋଟ ଉଠାଦୋକାନ ମଧ୍ୟ ଖୋଲିଛି।












Click it and Unblock the Notifications