ପ୍ରକୃତି ଓ ପ୍ରଗତି ମଧ୍ୟରେ ସମନ୍ୱୟ ରକ୍ଷାକରି ଗଢ଼ାହେବ ସବୁଜ ଓ ସୁନ୍ଦର ଓଡ଼ିଶା

ବିନମ୍ରତା, କଠିନ ପରିଶ୍ରମ ଓ ସର୍ବସାଧାରଣଙ୍କ ସହଭାଗିତାକୁ ପାଥେୟ କରି ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ ପୂର୍ଣ୍ଣ କରିବା ପାଇଁ ନୂତନ ସରକାର ସଂକଳ୍ପବଦ୍ଧ । ପ୍ରକୃତି ଓ ପ୍ରଗତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ପ୍ରକୃତି ଓ ପରିବେଶ ରହିଲେ ହିଁ ପ୍ରଗତି କଥା ଚିନ୍ତା କରାଯାଇପାରେ । ସେହି ମର୍ମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ପ୍ରକୃତି ଓଡ଼ିଶାକୁ ଅମାପ ପ୍ରାକୃତିକ ସଂପଦ, ଜଙ୍ଗଲ ଓ ଜୈବବିବିଧତାରେ ପରିପୂର୍ଣ୍ଣ କରିଛି । ତେଣୁ ଆମେ ପ୍ରକୃତି ମା'ପାଖରେ କୃତଜ୍ଞ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ପ୍ରକାଶ କରିଛନ୍ତି ।

ODISHA

ସ୍ଥାନୀୟ ଖାରବେଳ ଭବନସ୍ଥିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ 'ଜନସଚେତନତା ଓ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗଦାନ ବିନା ଜଙ୍ଗଲ ସମ୍ପଦର ସଂରକ୍ଷଣ ଓ ସମୃଦ୍ଧି କଷ୍ଟକର । ଜଙ୍ଗଲ ନିକଟରେ ବସବାସ କରୁଥିବା ଅଧିବାସୀଙ୍କ ଦାରିଦ୍ର୍ୟ ଦୂରୀକରଣ କରାଯାଇ ସେମାନଙ୍କ ଆୟ ଓ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ନୂତନ ସରକାର ବଦ୍ଧପରିକର । ସେହି ଅବଲୋକନରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଜନସାଧାରଣଙ୍କ ସହଭାଗିତାରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଆଜି ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ବିଭାଗ ପହଞ୍ଚିବା ପରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ । ବିଭାଗୀୟ ଅଧିକାରୀମାନେ ରାଜ୍ୟରେ ଜଙ୍ଗଲ, ଅଭୟାରଣ୍ୟ, ପରିବେଶ ଓ ବନ୍ୟଜନ୍ତୁ ଏବଂ ବିଭାଗର ବିଭିନ୍ନ ଅଙ୍ଗ ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକର କାର୍ଯ୍ୟଧାରା, ସ୍ଥିତି ଓ ପ୍ରକଳ୍ପର ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।
ଜଙ୍ଗଲ ଓ ଜୈବବିବିଧତା ପ୍ରକୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ପ୍ରଗତିକୁ ପ୍ରକୃତି ସହ ସମନ୍ୱିତ କରାଯାଇ ଜଙ୍ଗଲ ଓ ଜୈବବିବିଧତାର ସୁରକ୍ଷା ଓ ସମୃଦ୍ଧି ପାଇଁ ନୂତନ ସରକାର ସଂକଳ୍ପବଦ୍ଧ । ଏକ ସବୁଜ ଓ ସୁନ୍ଦର ଓଡ଼ିଶା ଗଠନ ପାଇଁ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ଜଙ୍ଗଲ ନିକଟସ୍ଥ ଜନସାଧାରଣଙ୍କ ଆନ୍ତରିକ ସହଯୋଗ କାମନା କରିଛନ୍ତି ।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ କ୍ରମଶଃ ଉତ୍ତାପ ବୃଦ୍ଧି ଘଟୁଛି। ଏହା ଜନସାଧାରଣଙ୍କର ଜୀବନ ଓ ଜୀବିକା ଉପରେ ଗଭୀର ପ୍ରଭାବ ପକାଉଛି। ତାସହ ପ୍ଲାଷ୍ଟିକ ଓ ପଲିଥିନର ଅନିୟନ୍ତ୍ରିତ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବଢୁଛି। ଆଗାମୀ ଭବିଷ୍ୟତ ଓ ଜୀବଜନ୍ତୁଙ୍କ ସଂରକ୍ଷଣ ଦୃଷ୍ଟିରେ ରଖି ଏଗୁଡିକ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ଗୁରୁତ୍ୱାରୋପ କରିଛନ୍ତି ।ସେହିପରି ସରକାରଙ୍କ ସମସ୍ତ ଯୋଜନା ଓ ସହାୟତା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ ।
ଏହି ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ସୁଶାନ୍ତ ନନ୍ଦ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ) ଡ. ମିତା ବିଶ୍ୱାଳ, ନିର୍ଦ୍ଦେଶକ, ପରିବେଶ ତଥା ସ୍ୱତନ୍ତ୍ର ଶାସନ ସଚିବ ଡ. କେ. ମୁରୁଗେସନ, ମୁଖ୍ୟ ବନ ସଂରକ୍ଷକ(ବନପ୍ରାଣୀ) ତଥା ନିର୍ଦ୍ଦେଶକ, ନନ୍ଦନକାନନ ଶ୍ରୀ ମନୋଜ ନାୟର, ସ୍ୱତନ୍ତ୍ର ଶାସନ ସଚିବ ଓଏସଡି ଶ୍ରୀ ଲିଙ୍ଗରାଜ ଓତ୍ତା, ସ୍ବତନ୍ତ୍ର ଶାସନ ସଚିବ ଏ.କେ. ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବେନ୍‌ ପ୍ରଧାନ, ଅତିରିକ୍ତ ଶାସନ ସଚିବ ଶ୍ରୀ ଧରମ ହାଁସଦା, ଅତିରିକ୍ତ ଶାସନ ସଚିବ ଉଷାରାଣୀ ଦାସ, ବିତ୍ତ ପରାମର୍ଶଦାତା ଶ୍ରୀମତୀ କଲ୍ୟାଣୀ ମଲ୍ଲୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+