ଧନୁଯାତ୍ରାକୁ ନେଇ ଆସିଲା ବଡ ଖବର; ହୃଷିକେଶ ଭୋଇ ହେବେନି କଂସ
ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତାବର୍ଷ ଜାନୁଆରି ୩ ତାରିଖରୁ ଆରମ୍ଭ ହୋଇ ଜାନୁଆରି ୧୩ ତାରିଖରେ ଶେଷ ହେବ। ତେବେ ପୂର୍ବ ବର୍ଷ ଭଳି ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କୁ ଦେଖିବାକୁ ମିଳିବ ନାହିଁ। କଂସ ଭୂମିକାରେ ଅଭିନୟ କରିବେ ନୂଆ ବ୍ୟକ୍ତି। ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସୂଚନା ଅନୁଯାୟୀ, ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୨୫ ଜାନୁଆରୀ ୩ରୁ ହେବାକୁ ଥିବା ଧନୁଯାତ୍ରାରେ ନୂଆ କଂସ ମହାରାଜ ଅଭିନୟ କରିବେ। ୨୦୨୨ରୁ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇ ଆସୁଥିବା ହୃଷିକେଶ ଭୋଇ ମହାପ୍ରୟାଣ ଗାଡି ଚଳାଉଥିବା ବେଳେ ସେ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା। ସେ ଦୃଷ୍ଟିରୁ ତାଙ୍କୁ ଏହି ଭୂମିକାରୁ ହଟାଇ ଦିଆଯାଇଛି।
ଜିଲ୍ଲାପାଳ ବୈଠକ ପରେ ସୂଚନା ଦେଇ କହିଛନ୍ତି, ନୂଆ କଂସ ପାଇଁ ଖୁବ୍ ଶୀଘ୍ର ଚୟନ ପ୍ରକିୟା ହେବ। କଂସ ଭୂମିକା ନିମନ୍ତେ ୨୦୨୨ରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଏଥିପାଇଁ ଜଣଙ୍କୁ ଚୟନ କରାଯିବ ବୋଲି ସେ କହିଛନ୍ତି।












Click it and Unblock the Notifications